ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ
ବନ୍ତ(ଚାନ୍ଦୀନି ମହାନ୍ତି) : ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ସୋସୋ ଠାରେ ଥିବା ତାରିଣୀ ମନ୍ଦିରର ୧୦ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପୂଜକ ବୈଦନାଥ ନନ୍ଦ, ରାମଚନ୍ଦ୍ର ପଣ୍ଡା, ଦାମୋଦର ତିଆଡି, ଅମର ନନ୍ଦ ଯଥାରୀତି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । କର୍ତ୍ତା ଭାବେ ରାଧାଶ୍ୟାମ ମଲ୍ଲିକ, ପ୍ରଶାନ୍ତ କୁମାର ରାଉତ, ଅଜୟ ରାଉତ, ବିଦ୍ୟୁତପ୍ରଭା ମଲ୍ଲିକ ଦାୟୀତ୍ୱ ତୁଲାଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର କମିଟିର ସଭାପତି ହରମୋହନ ପଣ୍ଡା, ଅମୂଲ୍ୟ କୁମାର ମିଶ୍ର, ରାଜେଶ ସିଂହ, ଜନ୍ମେଜୟ ବଳ, କଲ୍ୟାଣ ରାୟ, ପ୍ରଶାନ୍ତ ଦେହୁରୀ, ବିଦ୍ୟାଧର ନାଥ, ସତ୍ୟ ପ୍ରକାଶ ରାଉତ ସହଯୋଗ କରିଥିଲେ ।


