ହାଇକୋର୍ଟର ଦ୍ୱାରସ୍ଥ ହେଲେ ଯାତ୍ରା କଳାକାର ସୋନାଲି ପଣ୍ଡା, ସ୍ୱାମୀଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

କଟକ (ଓ୍ବାଇଏନଏସ): ସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସୋନାଲି। ସ୍ୱାମୀ ତାଙ୍କୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ସୋନାଲି। ଏପରିକି ସେ ନାବାଳିକା ଥିବା ବେଳେ ସ୍ୱାମୀ ବିବାହ କରିଥିବା ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସୋନାଲି। ସେହିପରି ସ୍ୱାମୀ ବଳପୂର୍ବକ ସ୍ୱାମୀ ତାଙ୍କସହ ଦୁଷ୍କର୍ମ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ସୋନାଲି। ଜଣେ ନାବାଳିକାଙ୍କୁ ବିବାହ, ଦୁଷ୍କର୍ମ, ଗର୍ଭ ନଷ୍ଟ କରିବା ଓ ସାମାଜିକ ଗଣମାଧ୍ୟମରେ ବଦନାମ କରିବା ନେଇ ସୋନାଲି ଆବେଦନରେ ଉଲ୍ଲେଖ କରିଛନ୍ତି । ଏନେଇ ସୋନାଲିଙ୍କ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।ତେବେ ଏହି ମାମଲାରେ ଗୃହ ସଚିବ, ଯାଜପୁର ଏସପି ଓ ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଯାତ୍ରା କଳାକାର ସୋନାଲି ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ସେ ଦାୟର କରିଥିବା ଏତଲା ଉପରେ ପୋଲିସ ନିଷ୍କ୍ରିୟତାକୁ ବିରୋଧ କରି ସୋନାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜକୁ ତାଙ୍କ ସ୍ୱାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ର ତାଙ୍କୁ ନାବାଳିକା ଅବସ୍ଥାରେ ଅପହରଣ କରିବା ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ସୋନାଲି ବାଲିଚନ୍ଦ୍ରପୁର ଥାନାରେ ଏତଲା ଦାୟର କରିଥିଲେ। ଶାରୀରିକ ସମ୍ପର୍କ କାରଣରୁ ସେ ଗର୍ଭବତୀ ହେବା ପରେ ଶ୍ରୀକ୍ଷେତ୍ର ତାଙ୍କର ଗର୍ଭପାତ ମଧ୍ୟ କରାଇଛନ୍ତି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଏପରିକି ନାବାଳିକା ଅବସ୍ଥାରେ ତାଙ୍କୁ ଜୋରଜବରଦସ୍ତି ବିବାହ କରିଛନ୍ତି ଯାହାକି ଆଇନ ସମ୍ମତ ନୁହଁ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ବାଲିଚନ୍ଦ୍ରପୁର ପୋଲିସ ତାଙ୍କ ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ବାଧ୍ୟ ହୋଇ ହାଇକୋର୍ଟ ଆସିଛନ୍ତି ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ