ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣାଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ
ବାଲେଶ୍ବର(ସରୋଜ ପଣ୍ଡା): ଶନିବାର ସକାଳ ୧୧ ଘଟିକା ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଓଡ଼ିଶା ସରକାରଙ୍କ ପଂଚାୟତରାଜ ଓ ପାନୀୟଜଳ ବିଭାଗ ତରଫରୁ ପ୍ରଦତ୍ତ ବିଭିନ୍ନ ପ୍ରକଳ୍ପ ଯଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଅନୁମୋଦିତ ସାହାଦା ବାସନ୍ତୀ କମ୍ୟୁନିଟି ସେଣ୍ଟର, ସପ୍ନେଶ୍ଵର କମ୍ୟୁନିଟି ସେଣ୍ଟର, ସଇପୁର କମ୍ୟୁନିଟି ସେଣ୍ଟର, ସଇପୁର ସ୍କୁଲ ଶ୍ରେଣୀଗୃହ ନିର୍ମାଣ, ରଣସାହି ମା ଦୁର୍ଗା ମଣ୍ଡପ ଉନ୍ନତିକରଣ ଏବଂ ଗୁଡୁପାହି ଅଙ୍ଗନୱାଡ଼ି କଂକ୍ରିଟ ରାସ୍ତା ଠାରୁ ବାବୁଲ ଖାଳୁଆ ଘର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଏଥି ସହିତ ସାହାଦା ପୋଷ୍ଟ ଅଫିସ ଗୃହ ଏବଂ ସଇପୁର ଅଙ୍ଗନୱାଡ଼ି ଗୃହ ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିଥିଲେ। ଏହି ଅବସରରେ ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ସରପଞ୍ଚ କମଳିନୀ ପାତ୍ର, ପୂର୍ବତନ ମଣ୍ଡଳ ସଭାପତି ଭୋଳାନାଥ ପାତ୍ର, ପଞ୍ଚାୟତ ସଭାପତି ଗୁରୁପଦ ବର୍ମନ, ବରିଷ୍ଠ ବ୍ୟକ୍ତି ସିଦ୍ଧେଶ୍ୱର ଦାସ, ମିହିର ରଞ୍ଜନ ଦାସ, ଦୀପକ ମାନ୍ନା, ରାଜେନ୍ଦ୍ର ରାଉତଙ୍କ ଙ୍କ ସହ ଅନ୍ୟ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।


