ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ୨୫ ମାମଲା ଫୈସଲା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ କୋର୍ଟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ୨୩ଟି ଫୌଜଦାରୀ ଏବଂ ୨ ଟି ଦେୱାନୀ ମାମଲାର ଚୂଡାନ୍ତ ଫୈସଲା କରିଥିବା ଜଣାପଡିଛି।ସେହିପରି ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକଙ୍କ ପକ୍ଷରୁ ଋଣ ବାବଦରେ ଆପୋଷ ସମାଧାନ କରାଯାଇ ୭୯ ହଜାର ୫୭ ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି। ଆଇନ ସେବା କମିଟି ସମ୍ପାଦକ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ ଲୋକ ଅଦାଲତ ରେ ବହୁ ସଂଖ୍ୟକ ଆଇନଜୀବି ଏବଂ ବରିଷ୍ଠ କର୍ମଚାରୀ ଶିବରାମ ସାହୁ,ସସ୍ମିତା ମହାରଣା,ଅଞ୍ଜଳି ମହାରଣା, ଅଶ୍ଵିନୀ କୁମାର ପଟ୍ଟନାୟକ, ସଂଗ୍ରାମ କେଶରୀ ପଣ୍ଡା, ପପୁନ ମହାରଣା,କାଳିଆ ନାୟକ, ନିରଞ୍ଜନ ଶବର,ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।