ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି,ଓଡିଶାଯୋଜନା ଆଧାରରେ କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାଧ୍ୟମିକ ସ୍ତର ୧୦ ଦିବସୀୟ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ପ୍ରାନ୍ତ ମାଧ୍ୟମିକ ଶୈକ୍ଷିକ ସଂଯୋଜକ ଆଶିଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଉଦ୍ୟାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ସଭାପତି ଡ. କିଶୋର ମହାନ୍ତି ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢିମାନଙ୍କୁ ନିଜ ଶିକ୍ଷାଦାନ ମାଧ୍ୟମରେ ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମଗ୍ର ଓଡିଶାର ୧୨୨ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ୧୪ ଜଣ ପ୍ରଶିକ୍ଷକ ଶିକ୍ଷାଦାନ ପ୍ରଦାନ କରିଥିଲେ । ସକାଳ ୫.୩୦ମି.ରୁ ରାତି ୯ଟା ପର୍ଯ୍ୟନ୍ତ ବିଷୟ ଶିକ୍ଷାଦାନସହଯୋଗାଭ୍ୟାସ,ବ୍ୟାୟାମ,ଯୋଗଚାପ,ସଙ୍ଗୀତ,ଘୋଷ ଓ ବୈଦିକଗଣିତର ପ୍ରଶିକ୍ଷଣ ଦିଆଯାଇଥିଲା । ସମ୍ନାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବକ୍ଷେତ୍ରର ବିଦ୍ୟାମନ୍ଦିର ଶୈକ୍ଷିକ ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର, ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର, ତ୍ରିଲୋଚନ ନାଏକ, ଫୁଲବାଣୀ ବିଭାଗ ନିରୀ କ୍ଷକ ପଦ୍ମନାଭ ସାମଲ, ଅନ୍ନପୂର୍ଣ୍ଣା ପାଢୀ, ସୁକାନ୍ତୀ ଗୌଡ, ମଧୁସ୍ମିତା ମିଶ୍ର, ସ୍ମରଣିକା ଜେନା, ଶ୍ରୀକାନ୍ତ ମଲ୍ଲିକ, ପ୍ରଶାନ୍ତ ସାହୁ, ଦେବାଶିଷ ସାମଲ, ମୋତିଲାଲ ମହାନ୍ତ ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ କାର୍ଯ୍ୟ ତୁଲାଇ ଥିଲେ ।ବିଦ୍ୟାଳୟରପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।