ପାରଳାରେ ସେବା ନିବୃତ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଥରେ ଥିବା ନୃସିଂହନାଥ ଫଙ୍କସନ ହଲ୍ ଠାରେ ବର୍ଣ୍ଣାଢ଼୍ୟ ପ୍ରକୋଷ୍ଠ ମଧ୍ୟରେ ଶଶିଭୂଷଣ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ମାନାର୍ଥେ ଏକ ସ୍ମୃତି ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି।  ଏହି ସଭାରେ ଶଶି ଭୂଷଣ ପଟ୍ଟନାୟକଙ୍କ ଶିକ୍ଷକତାର କାର୍ଯ୍ୟକାଳ ମଧ୍ୟରେ ତାଙ୍କ ଦ୍ବାରା ପ୍ରଦର୍ଶିତ ନିଷ୍ଠା , ପ୍ରତିବଦ୍ଧତା , ମୈାଳିକ ଶିକ୍ଷାର ସମୃଦ୍ଧି ପାଇଁ ଅବଦାନ , ଶିଶୁ ଶିକ୍ଷାର ଉନ୍ନତି ନିମନ୍ତେ ତାଙ୍କ ଅଭିନବ ଶୈଳୀରେ ଶିକ୍ଷାଦାନ ଓ ତାଙ୍କ ସାହିତ୍ୟ କବିତା ରଚନାର ସଂପୃକ୍ତି ସମ୍ବନ୍ଧରେ ବିସ୍ତୃତ ଦିଗ ଗୁଡ଼ିକ ଆଲୋଚନା ଓ ପ୍ରଶଂସା କରାଯାଇଥିଲା। ଏହି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପାରଳାଖେମୁଣ୍ଡିର ସରସ୍ବତୀ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ହରିନାଥ ପାତ୍ର ସଭାପତିତ୍ବ ଗ୍ରହଣ କରି ଶଶି ଭୂଷଣ ପଟ୍ଟନାୟକମୈାଳିକ ଶିକ୍ଷା ବ୍ୟବସ୍ଥାର ଜଣେ ପ୍ରବୀଣ ଓ ଦକ୍ଷ ଶିକ୍ଷକ ଯାହାର ଆଦର୍ଶ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ନିଜ ନିଜ ବକ୍ତବ୍ୟ ରଖିବା ସହ ଏହା ଏକ ପବିତ୍ର କାର୍ଯ୍ୟ ବୋଲି ବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ ବରିଷ୍ଠ ଶିକ୍ଷକ ମାନଙ୍କ ମଧ୍ୟରେ ମନୋଜ କୁମାର ପଣ୍ଡା , ରମାକାନ୍ତ ପଟ୍ଟନାୟକ , ସୁନିତା ମହାରଣା , ହରେକୃଷ୍ଣ ମିଶ୍ର , ବବିତା ପୁରୋହିତ , ବିନୋଦିନୀ ଭୁକ୍ତା , ଶୈଳବାଳା ସାହୁ , ପ୍ରମୋଦ ରଥ , ସୁଜାତା ନନ୍ଦ , ବବିତା ପୁରୋହିତ , ଲକ୍ଷ୍ମୀ ନାରାୟଣ ମିଶ୍ର ଓ ବହୁ ଶିକ୍ଷକ କୃତୀ ଶିକ୍ଷକ ଶଶି ଭୂଷଣ ପଟ୍ଟନାୟକଙ୍କ ଆତ୍ମିୟତା ଓ ପାରଦର୍ଶିତା , ଆଦର୍ଶ ଗୁଣାବଳୀ ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନା କରିଥିଲେ। ଶ୍ୟାମ ସୁନ୍ଦର ଗନ୍ତାୟତ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଓ ପୂର୍ଣ୍ଣଚନ୍ଦ୍ର ପାଲକା ସୈାମ୍ୟ ରଞ୍ଜନ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାର ଆୟୋଜନ ସୁବନ୍ଦୋବସ୍ତ ଥିବା ବେଳେ ସାଂଗଠନିକ ଦାୟିତ୍ୱରେ ଥିବା ସୁହୃଦ ଶିକ୍ଷକ ଗୋଷ୍ଠୀ ଉତ୍ତମ କାର୍ଯ୍ୟ ସଂପାଦନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ