ଚମକିଲା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ୨୦୨୫ ରେ ଘୋଷିତ ହୋଇଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦୁଝର ନିଜର ଚମକ ଦେଖାଇଛି । ଦୀର୍ଘବର୍ଷ ପରେ ବିଦ୍ୟାଳୟ ଶତ ପ୍ରତିଶତ ପରୀକ୍ଷା ଫଳ ଦେଇଛି । ମିଳିଥିବା ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟ ବିଭାଗରେ ମାଷ୍ଟର ଆଶୁତୋଷ ପଟ୍ଟନାୟକ ୯୭.୪% ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଥିବାବେଳେ ମାଷ୍ଟର ଅଭିଷେକ କର ୯୬.୨% ରଖି ବିଦ୍ୟାଳୟରେ ଦ୍ୱିତୀୟ ଓ ସୁଶ୍ରୀ ଡଙ୍କି ଗୁପ୍ତା ୮୮.୬୩% ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ୨୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧୦ ଜଣ ଛାତ୍ରଛାତ୍ରୀ ୯୦% ବା ତା’ଠାରୁ ତଦୁର୍ଦ୍ଧ ପ୍ରତିଶତ ଉର୍ଦ୍ଧ୍ୱ ମାର୍କ ରଖିଛନ୍ତି । ଛାତ୍ରୀ ମିତ୍ରବିନ୍ଦ ପତି ୯୪.୮%,ରୁଦ୍ର ପ୍ରତାପ ରାୟ ୯୪.୨%,ପ୍ରଗତି ମହାରଣା ୯୪.୪%,ସ୍ୱସ୍ତିକ କୁମାର ମହାନ୍ତ ୯୨%,ଏଞ୍ଜେଲ ଦାସ ୯୧.୮%,ସୁନାଦିତ ସାହୁ ୯୧.୬%,ଅରୁଷ କୁମାର ବେହେରା ୯୧.୬%,ଜିଗିଷା ପଣ୍ଡା ୯୧%,ପ୍ରଭୁଦତ୍ତ ଭୂୟାଁ ୯୦%,ବେଦପ୍ରକାଶ ସେନ ୯୦% ନମ୍ବର ରଖିଛନ୍ତି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦୁଝରର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ