ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଇଓ ଅଫିସ ପରିଦର୍ଶନ

ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ରହ୍ମପୁର, ମଇ ୧୩ ତାରିଖ ଦିନ ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପରିଦର୍ଶନରେ ଆସିଥିବା ଜଣାପଡ଼ିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ପୋଲସରାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପୋଲସରା ବିଇଓ ଅଫିସ ପରିଦର୍ଶନ କରିବାକୁ ଯାଇଥିଲେ। ପୋଲସରା ନୂତନ ବିଇଓ ଶ୍ରୀହର୍ଷବାବୁ ଖଡଙ୍ଗା ଏବଂ ଏବିଇଓ ସ୍ୱରୂପ କୁମାର ପାତ୍ର ଓ ସୁବାସିନୀ ତ୍ରିପାଠୀ ଙ୍କ ସହ କର୍ମଚାରୀ ବୃନ୍ଦ ଡିଇଓ ଅଜୟ କୁମାର ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ। ଡିଇଓ ଶ୍ରୀ ପାତ୍ର ପୋଲସରା ବିଇଓ ଅଫିସ ର ବିଭିନ୍ନ ନଥିପତ୍ର ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ