ବାବା ସାହେବ ଆମ୍ବେଦକର ଓ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
କଲ୍ୟାଣସିଂହପୁର, (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ଼ଃ ବାବା ସାହେବ ଆମ୍ବେଦକର ଓ ଧର୍ତ୍ତିଆବା ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ହୋଇ ଯାଇଛି। କଲ୍ୟାଣସିଂହପୁର କାଲିସୁନ୍ଦରୀ ମନ୍ଦିର ଛକରେ ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତିକୁ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘ ର ସମ୍ପାଦକ ଶିକ୍ଷକ ବିଶ୍ୱନାଥ କାଡ୍ରାକା ଙ୍କ ଦ୍ୱାରା ଉନ୍ମୋଚନ କରିଥିଲେ।ସେହିପରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନାଗାବଳି ନଦୀ ଛକରେ ବହୁଜନ ସମାଜ ପାର୍ଟି ର ବରିଷ୍ଠ ନେତା ସରୋଜ କୁମାର ନାଏକ ଓ ଦୁର୍ଗା ମନ୍ଦିର ନିକଟରେ ଜାଗାମ ବେନିଆ ମୁଖ୍ୟ ଅତିଥି ରହି ଉନ୍ମୋଚନ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ର ଶିକ୍ଷକ ଓ ଆମ୍ବେଦକର ପ୍ରେମୀ ପ୍ରାୟ ହଜାରେରୁ ଅଧିକ ଯୁବକ ମାନେ ଉପସ୍ଥିତ ରହିଥିଲେ । ବାଜା ବଜାଇ ନାଚି ନାଚି ଗ୍ରାମ ପରିକ୍ରମା କରି ଶେଷରେ ଦୁର୍ଗା ମନ୍ଦିର ନିକଟରେ ପହଞ୍ଚି ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁଜନ ସମାଜ ପାର୍ଟି ସଭାପତି ଜିତୁ ଜାକେଶିକା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଡମ ସମାଜର ସଭାପତି ଜାଗାମ ବେନିଆ, କନ୍ଧକୂଳ ସମାଜର ସମ୍ପାଦକ ବିଶ୍ୱନାଥ କାଡ୍ରାକା, ଆମ୍ବେଦକର ଯୁବ ମଞ୍ଚ ସଭାପତି ସନ୍ତୋଷ କୌଶଲ୍ୟା, ଡମ ସମାଜର ସମ୍ପାଦକ ସୁମନ ଗରଡ଼ିଆ,ଦେବେନ୍ଦ୍ର ବଚ୍ଛା, ନିରଞ୍ଜନ ହିଆଲ, ରାମନାଥ କାଡ୍ରାକା, ନାଗେଶ କୌଶଲ୍ୟା, ଅରକ୍ଷିତ କୌଶଲ୍ୟା, ଡ୍ରାଇଭର ସଂଘ ସଭାପତି ଗଜେନ୍ଦ୍ର ଗରଡ଼ିଆ, ରାଜମେସ୍ତ୍ରୀ ସଙ୍ଘ ସଭାପତି ଲାଲମଣି ବିବର,ଧନମଣି ଭତ୍ରା, ଅଭି ପାଲକା, ସୁନ୍ଦର ରାଓ ବାଗ ମଞ୍ଚାସିନ ରହିଥିଲେ । ଭାରତୀୟ ସମ୍ବିଧାନର ପ୍ରଣେତା, ଜ୍ଞାନର ପ୍ରତୀକ, ମାନବତାର ମୁକ୍ତି ଦାତା, ବିଶ୍ୱରତ୍ନ ବୁଦ୍ଧି ସତ୍ତ୍ୱ ଉପରେ ମତ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଆମ୍ବେଦକର ଯୁବ ମଞ୍ଚ ପକ୍ଷରୁ ଆୟୋଜନ କରାଛନ୍ତି । ଏଥିରେ ପୁଲିସ ଓ ଯବାନ ଉପସ୍ଥିତ ରହିଥିଲେ ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


