ସଡକ ଦୁର୍ଘଟଣାରେ ଶତୃଘ୍ନଙ୍କ ମୃତ୍ୟୁ ପରିବାର ପକ୍ଷରୁ କ୍ଷତିପୂରଣ ଦାବି

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ଭବାନୀପାଟଣା ସହର ଆଇ ସି ଆଇ ସି ଆଇ ବ୍ୟାଙ୍କ ନିକଟରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଇରିଗେସନ୍ କଲୋନୀ ବାସିନ୍ଦା ଶତୃଘ୍ନ ସତନାମୀ (୪୩) ମୃତ୍ୟୁ ବରଣ କରିଛନ୍ତି । ସୂଚନାରୁ ଜଣାପଡିଛି ଯେ, ପ୍ରତିଦିନ ଭଳି ଆଜି ସକାଳୁ ଦୈନନ୍ଦିନ ନିତ୍ୟକର୍ମ ପାଇଁ ପାଖରେ ଥିବା ରାମ ସାଗର ପଡା ପୋଖରୀକୁ ଯାଇ ମୂଖ୍ୟ ସଡ଼କ ୨୬ ନମ୍ବର ଜାତୀୟ ରାଜପଥ ପାରି ହେବା ବେଳକୁ କେସିଙ୍ଗା ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ପିଟି ଦେବାରୁ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା। ସକାଳୁ ଲୋକଙ୍କ ଭିଡ ନ ଥିବାରୁ ସୁଯୋଗ ନେଇ ଟ୍ରକ୍ ଫେରାର ମାରିଥିଲା । ତେବେ ପାଖରେ ଥିବା ସିସିଟିଭି ଫୁଟେଜରେ ଘଟଣା ରେକର୍ଡ଼ିଂ ହୋଇ ଯାଇଥିଲା ।‌ମୃତକ ଶତୃଘ୍ନ ଭବାନୀପାଟଣା ସହରର ଗାନ୍ଧୀ ଛକ ନିକଟରେ ଜୋତା ଚପଲ ମରାମତି କରି ପରିବାରର ଭରଣପୋଷଣ କରୁଥିଲେ । ପରିବାରର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇବାରୁ ମୁଣ୍ଡରେ ଚଡ଼କ ପଡି ଯାଇଛି ।‌ ପୋଲିସ ପ୍ରଶାସନ ଫେରାର ଟ୍ରକ୍ କୁ ଜବତ କରି ଉପଯୁକ୍ତ କ୍ଷତିପୂରଣ ପାଇଁ ପରିବାରବର୍ଗ ଦାବି କରିଥିବା ଜଣାଯାଏ ।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ