ଯୁବ ସମାଜସେବୀ ନାରାୟଣ ଦାସଙ୍କ ସ୍ମୃତିସଭା

ବନ୍ତ(ଚାନ୍ଦୀନି ମହାନ୍ତି): ବନ୍ତ ବ୍ଲକ ପରୁଷଣ୍ଢ ପଚାଂୟତ ମୁଣ୍ଡଳୀ ଗ୍ରାମର ଯୁବ ସମାଜସେବୀ ତଥା ବିଜେପି ନେତା ନାରାୟଣ ଚନ୍ଦ୍ର ଦାସଙ୍କ ଏକାଦଶାହ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ମଣିଭଦ୍ର ଦାସଙ୍କ ସଭା ସଚାଂଳନରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ବିଜେପି ମହତାବ ମଣ୍ଢଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ଶୁଭେନ୍ଦୁ ବେହେରା, ଚାରିଗାଁ ବିଜେପି ବୁଥ୍ ସଭାପତି ଜୟକୃଷ୍ଣ ସାହୁ,ସାମାଜିକ କର୍ମୀ ହରିହର ନାୟକ, ନାରୀନେତ୍ରୀ ସାବିତ୍ରୀ ସାହୁ, ବାବୁ ଦାସ,ବାବାଜୀ ଦାସ ପ୍ରମୁଖ ସ୍ୱର୍ଗତଃ ନାରାୟଣଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ସେ ପେଶାରେ ଫାଇବର ୱଲ୍‌ଡିଙ୍ଗ୍ ମେକାନିକ୍ ଥିବା ବେଳେ ନିଶା ତାଙ୍କର ସମାଜସେବା ଥିଲା । ସେ ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତା ହିସାବରେ ଅଚଂଳର ବହୁବିଧ ଉନ୍ନତୀ ପାଇଁ ସର୍ବଦା ଚିନ୍ତା କରି ଆସୁଥୁଲେ । ତାଙ୍କ ମୃତ୍ୟୁ ସମ୍ପୃକ୍ତ ଅଚଂଳ ଓ ବିଜେପି ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତା ମାନେ ମତ ପୋଷଣ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରା ଯାଇଥିଲା । ପରିବାରର ଉମାକାନ୍ତ ଦାସ, ଗୌରାଙ୍ଗ ଦାସ, ସରୋଜ କୁମାର ଦାସ, ସନତ କୁମାର ଦାସ, ରଜତ କୁମାର ଦାସ, ମୃତକ ନାରାୟଣଙ୍କ ସ୍ତ୍ରୀ ଅର୍ଣ୍ଣପୂନ୍ନା ଦାସ ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ । ମୃତକ ନାରାୟଣ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ନେବା ବାଟରେ ମୃତ୍ୟୁ ବରଣ କରିଥିଲେ । ପ୍ରକାଶଥାଉକି ମୃତ୍ୟୁ ଖବର ପାଇ ବିଜେପି ଭଣ୍ଡାରିପୋଖରୀ ବିଜେପି ନେତା ଡ.ସୁଧାଶୁଂ ଶେଖର ନାୟକ ମୃତକ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିବା ବେଳେ ସହଯୋଗର ହାତ ବଢାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ