ବିଜେପିର ବିଶାଳ ତ୍ରିରଙ୍ଗା ପଦଯାତ୍ରା
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଭାରତୀୟ ସେନାର ସୌର୍ଯ୍ୟ ଏବଂ ପରାକ୍ରମ ବଳରେ ଅପରେସନ ସିନ୍ଦୁର ର ସଫଳତା ପରେ ପ୍ରତେକ ଭାରତୀୟ ଉତ୍ସାହିତ ଥିବା ବେଳେ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଏକବିଶାଳତ୍ରିରଙ୍ଗାପଦଯାତ୍ରାଅନୁଷ୍ଠିତହୋଇଯାଇଛି। ଭାରତୀୟ ସେନାର ବିରତ୍ୱ କୁ ସମ୍ମାନ ଜଣାଇ ଏହି ବିଶାଳ ତ୍ରିରଙ୍ଗା ପଦଯାତ୍ରା କରାଯଇଥିଲା। ଏହି ପଦଯାତ୍ରା କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଏହିପଦଯାତ୍ରାକେନ୍ଦୁଝର ସହରର କାଳୀ ପଡିଆ ଠାରୁ ଆରମ୍ଭ ହୋଇ ସହରର ବିଭିନ୍ନ ଛକ ବଜାର ପରିକ୍ରମା କରି ପୁନର୍ବାର କାଳୀ ପଡିଆରେ ସମାରୋପ ହୋଇଥିଲା। ତେଲକୋଇ ବିଧାୟକ ଡା ଫକୀର ମୋହନ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ସଦର ବିଧାନସଭା ସଂଯୋଜକ ବିବେକାନନ୍ଦ ମହାନ୍ତ, ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାଏକ ତଥା ରାଜ୍ୟ ଏବଂ ଜିଲ୍ଲାର ପଦାଧିକାରୀ ଏବଂ ବରିଷ୍ଠ ନେତାଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଓବିସି ମୋର୍ଚ୍ଚା ତଥା ଅନ୍ୟ ସମସ୍ତ ମୋର୍ଚ୍ଚା ସହିତ ଜିଲ୍ଲାର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ର ସଦସ୍ୟ ମନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ।


