ପଞ୍ଚାୟତ ସମିତିର ଅଧିବେଶନ : ସ୍ୱାସ୍ଥ୍ୟ ଓ ପାନୀୟଜଳ ଆଲୋଚନା
ଆସିକା(ୱାଇଏନ୍ଏସ୍) ଆସିକା ପଞ୍ଚାୟତ ସମିତିର ଅଧିବେଶନ ଶୁକ୍ରବାର ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ବିଡିଓ ଲିପିନା ଦାଶଙ୍କ ସଂଯୋଜନା ଓ ବ୍ଳକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଂସଦ ଅନିତା ଶୁଭଦର୍ଶିନୀ ମଞ୍ଚାସୀନ ଥିଲେ । ଆସିକା ପଞ୍ଚାୟତ ସମିତିର ଏହି ଅଧିବେଶନରେ ଜଳ ଓ ପରିମଳ, ଟିପିଏସ୍ଓଡିଏଲ୍, ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ, ସ୍ୱାସ୍ଥ୍ୟ, ମତ୍ସ୍ୟ ପଶୁସମ୍ପଦ, ଶିକ୍ଷା, ଶିଳ୍ପବିକାଶ, କୃଷି, ମୃତ୍ତିକା ସଂରକ୍ଷଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥନ କମିଶନ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ, ଜାତୀୟ ଓ ରାଜ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଓଡିଶା ଜୀବିକା ମିଶନ୍, ବିକଶିତ ଗାଁ ବିକଶିତ ଓଡିଶା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଆସିକା ପଞ୍ଚାୟତ ସମିତିର ଏହି ଅଧିବେଶନରେ ଟିପିଏସ୍ଓଡିଲ୍ର ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍ କୁମାର ପାତ୍ର, ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀ, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା, ସୌଦାମିନୀ ନାୟକ, ତନ୍ମୟୀ ନାହାକ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ସରପଞ୍ଚ ଭବାନୀ ଶଙ୍କର ମଲିକ, ମନୋଜ କୁମାର ପରିଡା, କିଶୋର ଚନ୍ଦ୍ର ପ୍ରଧାନ, ରିଙ୍କି ଲେଙ୍କା, ଦୁର୍ଗାପ୍ରସାଦ ବେହେରା, ବବିତା ପ୍ରଧାନ, ସଂଜୟ କୁମାର ନାୟକ, ଅଶାନ୍ତି ବେହେରା, ଦେବରାଜ ନାୟକ, ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଲକ୍ଷ୍ମୀ ବେହେରା, ଜୟନ୍ତୀ ବେହେରା, ଆରତୀ ଦେବୀ ସ୍ୱାଇଁ, ଜୟସେନ ସ୍ୱାଇଁ, ରଶ୍ମିତା ସ୍ୱାଇଁ, ସମିତି ସଭ୍ୟ ଭରତ ନାହାକ, ଅମିତ୍ ନାହାକ, ରୁନୁ ସାହୁ, ତ୍ରିନାଥ ବେହେରା, କିରଣ ଭୂୟାଁ, ପ୍ରଶାନ୍ତ କୁମାର ନାହାକ, ଲକ୍ଷ୍ମୀ ବେହେରା, ବିଷ୍ଣୁପ୍ରିୟା ବେହେରା, ନାରାୟଣ ସ୍ୱାଇଁ, ଡଲିରାଣୀ ଦାଶଙ୍କ ସମେତ ବହୁ ନିର୍ବାଚିତ ଜନପ୍ରତିନିିଧି ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପଞ୍ଚାୟତ ସମିତିର ଏହି ସାଧାରଣ ଅଧିବେଶନରେ ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ଓ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, କେନ୍ଦୁପଦର ଗ୍ରାମ ପଂଚାୟତର ସରପଞ୍ଚ ଭବାନୀ ଶଙ୍କର ମଲିକ, ନିମିନା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟସେନ ସ୍ୱାଇଁଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଆସିକା ବ୍ଳକ ପରିସରଭୁକ୍ତ ବିଭିନ୍ନ ଅଞ୍ଚଳର ବହୁବିଧ ସମସ୍ୟା ଉପରେ ପ୍ରଶ୍ନ ଉତ୍ଥାପନ କରିବା ସାଙ୍ଗକୁ ସେଗୁଡିକର ନିରାକରଣ ଦିଗରେ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିବା ଦେଖିବାକୁ ମିଳିଥିଲା ।


