ନାଉଗାଁ ଓ ଅଲଣା ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା

ନାଉଗାଁ (ଓ୍ବାଇଏନଏସ): ଅପରେଶନ ସିନ୍ଦୂରର ସଫଳତା ପରେ ଭାରତୀୟ ସେନାବାହିନୀର ମନୋବଳକୁ ଦୃଢ କରିବା ଉଦ୍ଦେଶ୍ୟରେ ବିଜେପିର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଧିନ ନାଉଗାଁ ମଣ୍ଡଳ ଓ ଅଲଣା ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ମଣ୍ଡଳ ସଭାପତି ନିଗମାନନ୍ଦ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ଗଙ୍ଗଦାହାଟ ବିଜୁ ପଟ୍ଟନାୟକ ଛକ ଠାରୁ ବାହାରି ଡେରିକି ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବହୁ ଦଳୀୟ କାର୍ଯ୍ୟକର୍ତା ସାମିଲ ହୋଇ ଭାରତର ଜାତୀୟ ପତାକା ଧରି ପାକିସ୍ତାନ ବିରୋଧରେ ନାରାବାଜି କରିବା ସହ ଭାରତୀୟ ବୀର ସୈନିକମାନଙ୍କ ଜୟଗାନ କରିଥିଲେ। ଏହି ଶୋଭାଯାତ୍ରାରେ ତ୍ରିଲୋଚନ ବରାଳ, ଧରଣୀଧର ସ୍ୱାଇଁ, ମୋହିନ ସ୍ୱାଇଁ, ଧୃବଚରଣ ମହାରଣା, ଭୀମସେନ ବିଶ୍ୱାଳ, ରମାକାନ୍ତ ପତି, ମନୋଜ ପରିଡା, ସୋମନାଥ ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ଜ୍ଞାନରଞ୍ଜନ ଜେନାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ସେହପରି ଅଲଣା ମଣ୍ଡଳ ସଭାପତି ମନୋଜ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଗଜରାଜପୁରର ବାହାଲିଆ ଛକରୁ ବାହାରି ମୁଣ୍ଡାଳୋ ବଜାର ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ଉପସଭାପତି ପ୍ରଶାନ୍ତ କୁମାର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ଲଲାଟେନ୍ଦୁ ପରିଡା, ସୁବ୍ରତ ରାୟ, ସଂଜୟ କାଣ୍ଡୀ. କ୍ଷୀରୋଦ ସେଠୀ, ପବିତ୍ର ମନ୍ଥନ, ଆଲୋକ ମହାନ୍ତି, ଅଶୋକ ଆଚାର୍ଯ୍ୟ, ପ୍ରିୟଦର୍ଶୀ ରାୟ, ସୁବ୍ରତ ମଲ୍ଲିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ