ସଂପତ୍ତି ମାଲିକ

ସବୁ କହିଦେଲି
ବିଚାର କରିବ
ଶ୍ରୀମନ୍ଦିରେ ଲକ୍ଷ୍ମୀପତି,
ତୁମ ନାମେ କାହିଁ
ଜମି ଗୁଣ୍ଠେ ନାହିଁ
ସବୁ ଲକ୍ଷ୍ମୀଙ୍କ ସଂପତ୍ତି ।

ଶ୍ରୀମନ୍ଦିର ଠାରୁ
ରୋଷଘର ଯାଏ
ଚାଲେ ଲକ୍ଷ୍ମୀଙ୍କ ରାଜୁତି,
ରତ୍ନସିଂହାସନେ
ତୁମେ ହିଁ ବସିଛ
ସତେକି କୁଣିଆଁ ଏଠି ।

ସତ କରି କୁହ
ଆହେ ଜଗନ୍ନାଥ
ତୁମେ ତ ଜଗତପତି,
ମନ୍ଦିର ସଂପତ୍ତି
ଲକ୍ଷ୍ମୀଙ୍କ ନାମରେ
କିଏ ନେଲା ଏ ନିଷ୍ପତ୍ତି ।

ଲକ୍ଷ୍ମୀଙ୍କ ନାମରେ
ଶ୍ରୀମନ୍ଦିର ହେଲା
ତୁମେ ସେଠି ପୂଜା ପାଅ,
ଭାଇ ଭଉଣୀଙ୍କ
ସଙ୍ଗେ ବସି ହସ
ଲକ୍ଷ୍ମୀଙ୍କୁ ଦୂରେଇ ଦିଅ ।

ଯାହାକୁ ପଚାର
ସିଏ ହିଁ କହିବ
ସଂପତ୍ତିର କାରବାର,
ଏ କଳି ଯୁଗରେ
ଭାଇ ଭାଗ ଭୟେ
ସ୍ତ୍ରୀ ନାମେ ସଂପତ୍ତି କର ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ