ଏନ୍ଏସି କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) ଆସିକା ଏନ୍ଏସିରେ କାର୍ଯ୍ୟରତ ଥିବା କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ ଶନିବାର ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ୍ କୁମାର ମହାପାତ୍ର ଯୋଗଦେଇ ଆସିକା ଏନ୍ଏସିର ରାଜସ୍ୱ ଆଦାୟ ଠାରୁ ଆରମ୍ଭ କରି ଏହି ପୁରାତନ ସରକାରୀ କାର୍ଯ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ଅବସରପ୍ରାପ୍ତ କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କ ବହୁମୁଖୀ ନିଃସ୍ୱାର୍ଥପର ଅବଦାନ ଉପରେ ସ୍ମୃତି ଚାରଣ କରିବା ସହ ଦୀର୍ଘ ଅବସର ପରବର୍ତ୍ତୀ ଜୀବନ ନିରାମୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ସରୋଜ କୁମାର ଭଞ୍ଜ, ଏନ୍ଏସି କର୍ମଚାରୀ ଇଂ ଲକ୍ଷ୍ମୀ ସିଂ, ହରଜିତ୍ ସାଠୁଆ, ମାନସୀ ରାଣୀ ସାହୁ, ସୁମନ୍ତ କୁମାର ସେନାପତି, ଅଜିତ୍ କୁମାର ପଟ୍ଟନାୟକ, ଜଗନ୍ନାଥ ବାଡତ୍ୟା, ରାଜେନ୍ଦ୍ର କୁମାର ମିଶ୍ର, ରାମଚନ୍ଦ୍ର ମିଶ୍ର, ଭଗବାନ ସାହୁ, ସୁଚିସ୍ମିତା ତ୍ରିପାଠୀ, ଶ୍ରୀନିବାସ ସାହୁ, ଜୟରାମ ଦୋରା, ଜଗନ୍ନାଥ ବେହେରାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଉପହାର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା