ପରକ୍ରିୟା ପ୍ରୀତି ହେଲା କାଳ
ଖଲ୍ଲିକୋଟ (ବିଭୁତି)- ଖଲ୍ଲିକୋଟ ବ୍ଲକ ଭିକାପଡା ଗ୍ରାମରେ ଅଭାବନୀୟ ଘଟଣା ।ସ୍ୱାମୀ ର ପରକିୟା ପ୍ରତି କୁ ବିରୋଧ କରିବାରୁ ସ୍ୱାମୀ ହାତରେ ଜୀବନ ଗଲା ସ୍ତ୍ରୀର । ସ୍ୱାମୀ ଅଜୟ ବାରିକ କିଛି ଦିନ ହେଲା ପରକୀୟା ପ୍ରୀତି ରେ ଲିପ୍ତ ଥିଲେ । ସ୍ତ୍ରୀ ଜୟନ୍ତୀ ବାରିକ ଜାଣିବା ପରେ ଏହାକୁ ବିରୋଧ କରୁଥିଲେ କିନ୍ତୁ ଗତ ରାତିରେ ବିରୋଧର ନିଆଁ ତୀବ୍ର ହେବା ଫଳରେ ସ୍ୱାମୀ ଅଜୟ ବାରିକ ସ୍ତ୍ରୀ ଜୟନ୍ତୀ ର ତଣ୍ଟିଚିପି ହତ୍ୟା କରିଥିଲା । ହତ୍ୟା କରିବା ପରେ ଅଜୟ ଘଟାଣ ସ୍ଥଳରୁ ଫେରାର ଅଛି । ଜୟନ୍ତୀ ପୂର୍ବତନ ସମିତିସଭ୍ୟ ଥିଲେ । ଜୟନ୍ତୀଙ୍କ ଦୁଇଟି ପୁଅ । ବଡ଼ ପୁଅ ଦୀପକ ବାରିକ ୧୫ ବର୍ଷ ଓ ସାନ ପୁଅ ସୁଶିଲି ବାରିକ ୭ବର୍ଷ । ଘଟଣାସ୍ଥଳରେ ଛତ୍ରପୁର ଏସଡ଼ିପିଓ ଶ୍ରୀ ଉତ୍କଳ ଦାସ,ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ସୁନିଲ କୁମାର ବେହେରା,ସବଇନ୍ସପେକ୍ଟର ଶ୍ରୀମତୀ ମନୋସିନୀ ମହାନ୍ତି,କନେଷ୍ଟବଳ ଟୁକୁନା ସେଠୀ ଓ ଅନ୍ୟ ଥାନାର ଅନ୍ୟମନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


