ଅମରେନ୍ଦ୍ର ସେନାର ବିଜୟ ଉତ୍ସବ

ନାଉଗାଁ,(ଓ୍ବାଇଏନଏସ): ରାଜ୍ୟରେ ବିଜେପି ସରକାର ଆସିବା ଏକ ବର୍ଷ ପୁରିଛି।ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବ୍ଲକଛକସ୍ଥିତ ଆଶ୍ରା ଜରାଶ୍ରମରେ ଅମରେନ୍ଦ୍ର ସେନାର ଛାତ୍ର ସଂଗଠନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ସେନାର ଛାତ୍ରନେତା ବିକାଶ ସ୍ୱାଇଁଙ୍କ ନେତୃତ୍ୱରେ ଆଶ୍ରମ ପରିସରରେ ଅନ୍ତେବାସୀଙ୍କ ସହିତ କେକ୍ କଟାଯିବା ସହ ମିଷ୍ଟନ ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପିନ ବିହାରୀ ବେହେରା, ଅଲଣା ପଂଚାୟତର ପ୍ରାକ୍ତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକ, ସଂଗଠନର ସଦସ୍ୟ ମାନସ ରଂଜନ ବାରିକ, ସନ୍ତୋଷ ଦାସ, ଲିକନ ସାହୁ, ଓମ୍ ପ୍ରକାଶ ସାହୁ, କରନ କୁମାର ସ୍ୱାଇଁ, ସାହିଲ୍ କୁମାର ନାୟକ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ