ବେଆଇନ ଗୋଚାଲାଣ : ୪୦୦ରୁ ଉର୍ଦ୍ଧ୍ଵ ଗାଈ ବାଛୁରୀ ଉଦ୍ଧାର

ବେତନଟୀ ( ଉଦିତ କୁମାର ପରିଡା) : ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ୪ଟି ଥାନାର ଅଧିକାରୀଙ୍କୁ ନେଇ ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନରେ ଥିବା କମଳା ପଞ୍ଚାୟତର ଗୋବିନ୍ଦରାୟପୁର ଗ୍ରାମରେ ୪ ଶହ ରୁ ଉର୍ଦ୍ଧ ଗାଈ ଓ ଛୋଟ ଛୋଟ ବାଛୁରୀ ଛୁଆ ଉଦ୍ଧାର । ତେବେ ଅସ୍ଥାୟୀ ଟେଣ୍ଟରୁ ୪ଶହ ଉର୍ଦ୍ଧ ଗୋରୁଗାଈ ଉଦ୍ଧାର ।ସୂଚନା ମୁତାବକ, ବେଆଇନ ଗୋ ଚାଲାଣ ବାବଦରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକାରୀ ଦିପକ୍ କୁମାର ଗୋଛାୟତ ଙ୍କ ନେତୃତ୍ୱରେ ବଡ଼ସାହି, ବୈଶିଙ୍ଗା, ମୋରଡା ଏବଂ ରାସଗୋବିନ୍ଦପୁର ଥାନା ଅଧିକାରୀ ମିଳିତ ଭାବରେ ସଶସ୍ତ୍ର ପୁଲିସଫୋର୍ସ ଅତର୍କିତ ଚଢ଼ାଉ କରିଥିଲେ । ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ବେତନଟୀର ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣାଙ୍କ ସମେତ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଅଧିକାରୀମାନେ ନିଜର ଟିମ ନେଇ ଉପସ୍ଥିତ ରହିଥିଲେ । ଚଢ଼ାଉ ସମୟରେ ଅସ୍ଥାୟୀ ଟେଣ୍ଟ ଗୁଡିକରେ ଚାଲାଣ ନିମନ୍ତେ ରଖାଯାଇଥିବା ପାଖାପାଖି ୪ଶହ ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଛି । ଅସ୍ଥାୟୀ ଟେଣ୍ଟରୁ ଉଦ୍ଧାର ଗୋରୁଗାଈଗୁଡିକୁ ଥାନାକୁ ଅଣାଯାଇ ପରେ ବାଲେଶ୍ଵର ରେ ଥିବା ଗୋଶାଳାଗୁଡିକୁ ହସ୍ତତନ୍ତର କରାଯାଇଛି ବୋଲି ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ଦିପକ୍ କୁମାର ଗୋଛାୟତ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୮୦ ଗାଈ ଓ ବାଛୁରୀ ଙ୍କୁ ଉଦ୍ଦାର୍ କରାଯାଇଛି । ତେବେ ଆଖପାଖରୁ ବିଭିନ୍ନ ଗାଁ ମାନଙ୍କରୁ ଚୋରି ହୋଇଥିବା ଛୋଟ ଛୋଟ ବାଛୁରୀ ଛୁଆ ଏବଂ ଗାଈଗୁଡିକ ମଧ୍ୟ ସେଠାରେ ଥିବାନେଇ ପଶୁପାଳକମାନେ ଚିହ୍ନଟ କରିଛନ୍ତି । ତେବେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଙ୍କ ନେତୃତ୍ୱରେ ୪ଟି ଥାନାର ଅଧିକାରୀ ଓ ସଶସ୍ତ୍ର ପୁଲିସଫୋର୍ସ ମିଳିତ ଚଢ଼ାଉକରି ଏକକାଳୀନ ୨ ଶହ ୮୦ ଗୋରୁଗାଈଙ୍କୁ ଉଦ୍ଧାର କରିବା ଘଟଣା ଏକ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ଦିର୍ଘବର୍ଷର ପୂର୍ବ ସରକାର ଙ୍କ ସମୟରେ ଏହିଭଳି ବେଆଇନ୍ ଗୋ ଚାଲାଣ ହୋଇଆସୁଥିଲା । ତେବେ ବର୍ତ୍ତମାନ ର ଭାରତୀୟ ଜନତା ପାର୍ଟିର ଡବଲ୍ ଇଞ୍ଜିନ୍ ମୋହନ୍ ସରକାର ରେ ଗୋ ଚାଲାଣ କୁ ରୋକିବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ପରେ ପୋଲିସ୍ ତତ୍ପରତା ଦେଖାଇ ଥିବାରୁ ରାଜ୍ଯ ସରକାର ଏବଂ ପୋଲିସ୍ ବିଭାଗ ଙ୍କୁ ଗୋବିନ୍ଦ ରାୟପୁର ଗ୍ରାମର ଉମାକାନ୍ତ ରୋଥ ଧନ୍ୟବାଦ୍ ଜଣାଇଛନ୍ତି । ତେବେ ଏହି ଗୋ ମାତାଙ୍କୁ କିଏ କାହିଁକି ଏତେ ସଂଖ୍ୟକ ଭାବେ ଗୋଟିଏ ଯାଗାରେ ବାନ୍ଧି ରଖିଥିଲା ଏବଂ ଏଥିରେ କେଉଁମାନେ ସଂମ୍ପୃକ୍ତ ଅଛନ୍ତି ବୋଲି ଜଣାପଡି ନାହିଁ ।ବା କାହାକୁ ଗିରଫ ମଧ୍ୟ କରାଯାଇନାହିଁ। ତେବେ ଘଟଣାର ତଦନ୍ତ ଚାଲିଛି। ସଂମ୍ପୂର୍ଣ୍ଣ ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ