କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଆରଡି,(ଆଲୋକ ଚନ୍ଦ୍ର ନାୟକ) : ଧାମନଗର ବ୍ଲକ କଟସାହି, ଶହିଦ ନଗର ଠାରେ ଶହୀଦ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ୨ (କଳା ) ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ବୁଧବାର ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତିଳୋତ୍ତମା ଦାଶ ପୌରୋହିତ୍ଯ କରିଥିଲେ । ସଭାରେ ଅଧ୍ୟାପକ ମୃତ୍ୟୁଞ୍ଜୟ ମଣ୍ଡଳ, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଡ. ମୁରଲୀଧର ଶତପଥୀ, ରବୀନ୍ଦ୍ର କୁମାର ମହାପାତ୍ର, ଉମାକାନ୍ତ ମଲିକ, ବସନ୍ତ କୁମାର ବେହେରା,ରାଜେନ୍ଦ୍ର କୁମାର ପଟ୍ଟ ନାୟକ, ଅଧ୍ୟାପିକା ଅର୍ପିତା ବେହେରା, ମଧୁସ୍ମିତା ସାହୁ, ରୁକିୟା କାଦ୍ରୀ ପ୍ରମୁଖ କୃତି ଛାତ୍ରଛାତ୍ରୀ ବିଦ୍ୟାଳୟର ଗୌରବ । ସେମାନଙ୍କ ମହକ ସାରା ଜିଲ୍ଲାକୁ ମହକାଇ ଦେଇଛି ବୋଲି କହିଥିଲେ । ସେହି କୃତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଅଧ୍ୟାପକ ଅଧ୍ୟାପିକା ମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ତ୍ରିପାଠୀ ସର୍ବାଧିକ ୫୦୪ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରି ଥିବାରୁ ତାଙ୍କୁ ଛାତ୍ର ଗୌରବ ସମ୍ମାନରେ ସମ୍ମାନିତ କରା ଯାଇଥିଲା । ଏହି ଅବସରରେ ଛାତ୍ରୀ ଶ୍ରୀମା ସାହୁ, ଲିଜାରାଣୀ ଜେନା, ସ୍ବାଗତିକା ବେହେରା, ମାଧବୀ ନାୟକ, ରଶ୍ମୀ ରଞ୍ଜିତା ସାହୁ, ଶରଧା ମଲିକ, ସୂଚିସ୍ମୀତା ପାଢୀ, ଇତିଶ୍ରୀ ମଞ୍ଜରୀ ନାଥ, ସୁନିତା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ବିଦ୍ୟାଳୟର କିରାଣି ବ୍ରହ୍ମାନନ୍ଦ ଖଟୁଆ, ଅଜୟ କୁମାର ନାୟକ, ସୁବୋଧ ସାହୁ, ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣଚନ୍ଦ୍ର ବାରିକ, ସଚ୍ଚିକାନ୍ତ ପାଢୀ, ବିଜୟ କୁମାର ସାହୁ, ବିଦ୍ୟାଧର ସେଠୀ ପ୍ରମୁଖ ମଧ୍ୟ କୃତି ଛାତ୍ରୀଛାତ୍ରଙ୍କୁ ପ୍ରଭୁ ଆଶିଷ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।