ଶହେ ବର୍ଷ ପୂରଣ କଲା ମଧୁବନ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ : ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ମଧୁବନ ପ୍ରାଥମିକ ବିଦ୍ୟାଳୟ ୨୭ ତାରିଖ ଶୁକ୍ରବାର ଶତବାର୍ଷିକୀ ପୂରଣ କରିଛି । ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ୧୯୧୮ ମସିହା ଡିସେମ୍ବର ୨୭ ତାରିଖରେ ମଧୁବନର ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ ସତ୍ୟବାଦୀ ରଥଙ୍କ ଉଦ୍ୟମରେ ଏବଂ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯେ ।ଗରେ ଏହି ଐତିହାସିକ ଶିକ୍ଷାନୁଷ୍ଠାନଟି ପ୍ରତିଷ୍ଠିତ ହେ ।ଇଥିଲା । ବହୁ ବର୍ଷ ଧରି ଏହି ବିଦ୍ୟାଳୟ ଅ।ବାସିକ ବିଦ୍ୟାଳୟ ରୂପେ ଚାଲିଥିଲା ଏବଂ ଶତାଧିକ ଛାତ୍ରଙ୍କୁ ରହିବା, ଖାଇବା ବ୍ୟବସ୍ଥା କରାଯାଇଥିଲା । ସେତେବେଳେ ଶିକ୍ଷାର ପ୍ରସାର ନିମନ୍ତେ ଅ।ଖପାଖର ପ୍ରାୟ ୨୦ଟି ଗ୍ରାମର ଶିକ୍ଷାର୍ଥୀଙ୍କ ପାଇଁ ଉକ୍ତ ବିଦ୍ୟାଳୟଟି ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା ପାଇଥିଲା । ବିଭିନ୍ନ ଗ୍ରାମର ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ବିଦ୍ୟାଳୟଟି ସେତେବେଳେ ବନ ବିଦ୍ୟାଳୟ ଭଳି ସୁଖ୍ୟାତି ଅର୍ଜନ କରିଥିଲା । ମଧୁବନର ପ୍ରାକୃତିକ ଶେ ।ଭାରାଜି ପିଲାମାନଙ୍କୁ ଅ ।କର୍ଷିତ କରୁଥିଲା । ଗ୍ରାମ ପାଶ୍ୱର୍ରେ ଚିର ପ୍ରବହମାନ ଘେ ।ଡ଼ାହାଡ଼ ନଦୀ ନିକଟରେ ଉଜ୍ୱଳେଶ୍ୱର ଓ ଲେ ।କନାଥେଶ୍ୱର ଶୈବପୀଠ ବିଦ୍ୟମାନ ଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏହି ଗ୍ରାମ ସବୁବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରି ଅ।ସିଛି । ଉକ୍ତ ସ୍କୁଲରେ ଅଧ୍ୟୟନ କରିଥିବା ବହୁ ଛାତ୍ର ଦେଶ ବିଦେଶରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ  ହେ ।ଇଛନ୍ତି । ମଧୁବନ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଉଦଘାଟନୀ କାଯର‌୍ୟକ୍ରମ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେ ।ଇଥିବା ବେଳେ ଅ ।ଜି ଏହି ଉତ୍ସବର ଉଦଯାପନୀ ଦିବସ । ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅ।ବାହକତ୍ୱରେ ଅ ।ୟେ ।ଜିତ ଉଦଯାପନୀ କାଯର‌୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ପୂର୍ବତନ ଛାତ୍ରଛାତ୍ରୀ, ସମାଜସେବୀ, ଶିକ୍ଷାବିତ, ଯୁବ ଛାତ୍ର ପ୍ରମୁଖ ଅ।ଲେ।ଚନାରେ ଅଂଶଗ୍ରହଣ କରିବା ସହ ଅଞ୍ଚଳର ଶିକ୍ଷା ବିକାଶର ମୂକସାକ୍ଷୀ ମଧୁବନ ବିଦ୍ୟାଳୟ ଶହେ ବର୍ଷ ପୂରଣ କରିଥିବାରୁ ଖୁସି ପ୍ରକଟ କରିଥିଲେ । ଏହି ବିଦ୍ୟାଳୟ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଭାବେ ସୁଖ୍ୟାତି ଅର୍ଜନ କରିପାରିଛି ବେ ।ଲି ମତ ପ୍ରକାଶ ପାଇଛି । ସୂଚନାଥାଉକି, ରାଜା ପଦ୍ମନାଭ ଅନଙ୍ଗ ଭୀମଦେବଙ୍କ ନିକଟସ୍ଥ ବିଜୟନଗର ଗଡ଼ ପ୍ରତିଷ୍ଠା କରିବା ଅବସରରେ ୧୬୮୫ ମସିହାରେ ଜନୈକ ବ୍ରାହ୍ମଣ ବାସୁଦେବ ରଥଶର୍ମାଙ୍କ ପୁତ୍ର ପଣ୍ଡିତ ରଘୁନାଥ ରଥଶର୍ମା ମଧୁବନ ଗ୍ରାମର ପ୍ରଥମ ବାସିନ୍ଦା ଏବଂ ସେ ହିଁ ଗ୍ରାମର ପ୍ରତିଷ୍ଠାତା ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ