ଗଜପତିରେ ବୃଦ୍ଧଙ୍କୁ ପୋଡି ନିର୍ମମ ହତ୍ୟା, ୮ ମହିଳାଙ୍କ ସମେତ ୨ ପୁରୁଷ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଅନ୍ଧ ବିଶ୍ୱାସର କରୁଣ ପରିଣତି ଓ ସଚେତନତାର ଅଭାବ ଯୋଗୁଁ ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରି ପୋଡିଦେଲେ ଗ୍ରାମବାସୀ. ଏହି ଘଟଣାରେ ପୋଲିସ 8 ଜଣ ମହିଳା ଓ 2 ଜଣ ପୁରୁଷଙ୍କୁ ଗିରଫ କରିଥିବାବେଳେ ହତ୍ୟା ଘଟଣାରେ ବ୍ୟବହୃତ ଲୁହାକାତି, ପୋଡା ଖପୁରି, ହାଡ଼ ଓ ପୋଡା ପାଉଁଶକୁ ପୋଲିସ ଜବତ କରିଛି. ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁଇହୁରୁ ଗାଁରେ। ମୃତକ ଜଣକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ । ଗତକାଲି ରବିବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହାଡ଼ ,ପାଉଁଶ, କାତି ଜବତ କରିଛି । ଘରେ କେହି ନଥିବା ବେଳେ ତାହାର ସୁଯୋଗ ନେଇ ମଙ୍ଗଳବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବିଙ୍କ ପୁଅ ଝିଅ କହିଛନ୍ତି । ସେମାନେ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନ୍ୟ ଏକ ଗ୍ରାମକୁ ଯାଇଥିଲେ। ବାପା କାମ୍ବି ଏକା ଘରେ ଥିଲେ। ବୁଧବାର ସକାଳେ ପୁଅ ଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନଥିଲେ । କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜି ଥିଲା। ଏହା ପରେ ଦୁହେଁ ପାଖ ଅଞ୍ଚଳରେ ବାପାଙ୍କୁ ଖୋଜିଥିଲେ । ତେବେ ତାଙ୍କ ବାପାଙ୍କୁ କିଛି ଛୋଟ ପିଲା ଘର ଆଗରେ କାମ୍ବିଙ୍କୁ ଏକ କାତି ଦ୍ବାରା ହତ୍ୟାକରିବା ପରେ ସେଠାରୁ ଘୋଷାରି ଘୋଷାରି ନେଇ ଗାଁ ଠାରୁ କିଛି ଦୂରରେ ଥିବା ନଦୀ ନିକଟ ଆମ୍ବ ଗଛ ମୂଳେ ପୋଡି ଦେଇଥିବା ଜାଣିବାକୁ ପାଇଥିଲେ। ଗ୍ରାମ ଲୋକେ ଜୀବନରେ ମାରିଦେବାର ଭୟରେ ପରିବାର ଲୋକ କାହାକୁ କିଛି ନକହି ଚୁପ୍ ରହିଥିଲେ । ଆଜି ରବିବାର ମୋହନା ପୁଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ କୁଇହୁରୁ ଗାଁରେ ପହଁଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ଡ଼ଗସ୍କ୍ଵାର୍ଡ଼ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି। ପୁଲିସ ରକ୍ତଭିଜା କାତି , ହାଡ଼, ପାଉଁଶ ଜବତ କରିଛି। ଗ୍ରାମର 8 ଜଣ ମହିଳା ଓ 2 ଜଣ ପୁରୁଷଙ୍କୁ ବର୍ତ୍ତମାନ ସୁଦ୍ଧା ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପ୍ରକାଶ କରି କହିଛନ୍ତିଯେ, ଏହି 10 ଜଣ ଗିରଫ ହୋଇପାରନ୍ତି. ଏହି 10 ଜଣଙ୍କ ସହ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି. ପରେ ଆଉ କିଛି ଅଧିକା ଅଭିଯୁକ୍ତ ଗିରଫ ହେବାରେ ସମ୍ଭାବନା ରହିଛି. ବର୍ତ୍ତମାନ ଯେଉଁ 10 ଜଣ ଗିରଫ ହୋଇଛନ୍ତି ସେମାନେ ସେହି କୁଇହୂର ଗ୍ରାମର ଅଟନ୍ତି. ସେମାନେ ହେଲେ ବି. ମଲ୍ଲିକ (53), ପାଟଙ୍ଗା ମଲ୍ଲିକ (58,), କଣ୍ଡିର ମଲ୍ଲିକ (48), ହେମା ମଲ୍ଲିକ (50), ଲକ୍ଷ୍ମୀ ମଲ୍ଲିକ (54), କୁନି ମଲ୍ଲିକ (32), ନୁରୁଦୁଲା ମଲ୍ଲିକ (35), ଶୁକୁର ମଲ୍ଲିକ (56), ଶୁକଦେବ ମଲ୍ଲିକ (35). ଏହି ହତ୍ୟା କାଣ୍ଡରେ ଉପରୋକ୍ତ 8 ଜଣ ମହିଳା ଓ 2 ଜଣ ମହିଳା ପୁରୁଷ ଗିରଫ ହୋଇଛନ୍ତି. ଗଜପତିର ମୋହନା ଥାନାରେ ଏହି ହତ୍ୟାକାଣ୍ଡ ନେଇ କେଶ ନଂ 103(1) ମାକଦମ ରୁଜୁ ହୋଇଥିବା ସୂଚନା ମିଳିଛି।