ବନ୍ଧନ ଦଉଡି

ସକଳ ବନ୍ଧନ
ଫିଟାଇ ହେ ପ୍ରଭୁ
ତୁମରି ବନ୍ଧନେ ରଖ,
ତୁମରି ବନ୍ଧନେ
ଅପାର ଆନନ୍ଦ
ମିଳିଥାଏ ଶାନ୍ତି ସୁଖ ।

ବାନ୍ଧିଦିଅ ତୁମ
ପ୍ରେମ ଦଉଡିରେ
ଯାହା କେବେ ଛିଡେ ନାହିଁ,
ଯେତେ ଭିଡୁଥିଲେ
ସେତେ ବଢୁଥାଏ
ସେତେ ଖୁସି ହୁଏ ମୁହିଁ ।

ପ୍ରେମ ଦଉଡିରେ
ଗଣ୍ଠି ନ ପଡଇ
ବାନ୍ଧିବା ଅତି ସହଜ,
ଥରେ ବାନ୍ଧିଦେଲେ
ଫିଟୁ ବା ନ ଫିଟୁ
ମିଳଇ କୋଟି ଐଶ୍ଵର୍ଯ୍ୟ ।

ପ୍ରେମର ଦଉଡି
ଭାବର ବନ୍ଧନ
କାହାକୁ ଦିଶଇ ନାହିଁ,
ଭାବରେ ଭକ୍ତିରେ
ବାନ୍ଧିହେଲେ ଭକ୍ତ
ଉପମା ତା ପାଇଁ ନାହିଁ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ