ଶ୍ରୀଜିଉଙ୍କ ଗଜାନନ ବେଶ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଜେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଙ୍କ ସମେତ ସାନଦାଣ୍ଡ ସାହି ସ୍ଥିତ ଶ୍ରୀ ଦଧିବାମନ ଜଗନ୍ନାଥ , ରାଣିସାହି ଛକରେ ବିଜେ ଶ୍ରୀ ପତିତପାବନ ଜଗନ୍ନାଥ ଏବଂ ଅଞ୍ଚଳ କଲୋନୀ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ରାଜବାଟିି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମହାପ୍ରଭୁ ଙ୍କ ସ୍ନାନ ମଣ୍ଡପକୁ ପ୍ରଥମେ ଅଭିମନ୍ତ୍ରିତ ଜଳରେ ସଂସ୍କାର କରାଯିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହୁଣ୍ଡିଆ ମାନେ ବିଜେ କରାଇଥିଲେ।ଏହାପରେ ମଣ୍ଡପ ଉପରେ ଅବକାଶ ନୀତି ଓ ଦିବ୍ୟ ସ୍ନାନ ଯଥାବିଧି ସମାପନ ହେବା ପରେ ରାଜ ପୁରୋହିତ ଦେବୀପ୍ରସାଦ ରଥ ପୂର୍ବ ପ୍ରଚଳିତ ପରମ୍ପରା ପ୍ରକାରେ ଶ୍ରୀ ଜିଉଙ୍କ ପୂଜାର୍ଚ୍ଚନା କରିଥିଲେ।ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରା ଙ୍କ ଏହି ଦିବ୍ଯସ୍ନାନ ଓ ଗଜାନନ ବେଶ ଦେଖିବା ପାଇଁ ସହର ତଥା ଆଖପାଖ ଗ୍ରାମାଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।