ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) : ବିଶ୍ଵ ପର୍ଯ୍ୟଟନସ୍ଥଳୀ କୋଣାର୍କ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉମାନଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ନୀତି ଓ ସ୍ନାନ ଯାତ୍ରା ଦେବ ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟକ୍ଷରୁ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା। ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡି ମାଧ୍ୟମରେ ଅଣାଯାଇ ସ୍ନାନ ମଣ୍ଡପରେ ଉପବେଶନ କରାଯାଇଥିଲା। ଜଗନ୍ନାଥ ମନ୍ଦିରର ପୂଜକ ମୁକୁନ୍ଦ ଦାଶ, ଅଜୟ ଦାଶ ଓ ପ୍ରଦୀପ ଦାଶ ପ୍ରମୁଖ ଦେବ ନୀତି ଓ ଶ୍ରୀଜିଉମାନଙ୍କ ପୂଜାର୍ଚ୍ଚନା କରିବା ସହ ସ୍ନାନ କାର୍ଯ୍ୟ ସଂପାଦନ କରିଥିଲେ। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଇଥିଲା। କୋଣାର୍କରେ ଶ୍ରୀଜିଉମାନଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ହାତୀ ବେଶ ଦର୍ଶନ ପାଇଁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଶେଷରେ ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ନିକଟରେ ଅଧରପଣା ଭୋଗ ଲାଗି କରାଯିବା ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ଅଣସର ଘରକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଟ୍ରଷ୍ଟି ଇଂ ଅମରେଶ୍ବର ନାୟକ,ଶିଶିର ସେଠ,ମନୋରଞ୍ଜନ ପଣ୍ଡା, ସୁମନ୍ତ ବେହୁରା,ଗୋପାଳ ଦାଶ ଙ୍କ ତତ୍ତାବଧାନରେ କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ବୋର୍ଡ ପରିଚାଳକ ନିରଜଂନ ବାରିକ,ଜୟଦେବ ମିଶ୍ରଙ୍କ ସମେତ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ