‘ବିକାଶ ବାହାନ ରଥ’ ପରିକ୍ରମାର ଶୁଭାରମ୍ଭ
ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପରିସରରେ ଓଡିଶା ସରକାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦେଶ ଅନୁଯାୟୀ ରାଜ୍ୟର ବହୁମୁଖୀ ବିକାଶ ପାଇଁ ସରକାରଙ୍କ ପ୍ରୟାସ ଓ ସେବା ସମ୍ବଦ୍ଧରେ ସର୍ବସାଧାରଣଙ୍କୁ ଅବଗତ କରିବା ନିମନ୍ତେ ‘ବିକାଶ ବାହାନ ରଥ’ ପରିକ୍ରମାର ଶୁଭାରମ୍ଭ କରଯାଇଛି। ରାଜ୍ୟରେ ଭାଜପା ସରକାର ଲୋକଙ୍କ ସେବାରେ ସମର୍ପିତ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ହାଟଡିହି ବ୍ଲକ ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଦ୍ଧକ୍ଷା ସାବିତ୍ରୀ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର ଯୋଗଦେଇ ବିକାଶ ବାହାନ ରଥ ପରିକ୍ରମାକୁ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ।