ଶିଶୁ ଶ୍ରମିକ ନିରାକରଣ ସଚେତନତା
ନାଉଗାଁ,(ଓ୍ବାଇଏନଏସ): ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନୁଭବ ଦାସଙ୍କ ନେତୃତ୍ୱରେ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ମିଶ୍ର, ବ୍ଲକ ସାମାଜିକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌରଜିତ୍ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନି୍ଟର ଅଧିକାରୀ ଓ ନାଉଗାଁ ପୋଲିସ କର୍ମଚାରୀମାନଙ୍କ ଦ୍ୱାରା ନାଉଗାଁ ଅଂଚଳରେ ଥିବା ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଆଦି ସ୍ଥାନ ଉପରେ ଚଢାଉ କରାଯିବା ସହ ଶିଶୁ ଶ୍ରମିକ ନିରାକରଣ ଉପରେ ସଚେତନ କରାଇଥିଲେ।