ବେଆଇନ ଗୋରୁ ଚାଲାଣ କରୁଥିବା ଗାଡି ଜବତ କରି ଥାନାରେ ଜିମା ଦେଲେ ଗ୍ରାମବାସୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ବେଆଇନ ଭାବରେ ଗୋରୁ ଚାଲାଣ କରୁଥିବା ଗାଡି କୁ ଗ୍ରାମବାସୀ ଜବତ କରି ଥାନାରେ ଜିମା ଦେଇଥିବା ଦେଖିବାକୁ ମିଳିଛି।ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ଢିପାସାହି ନିକଟରେ ଶନିବାର ରାତି ୩ ଟା ବେଳେ ବେଆଇନ ଭାବରେ ଗୋରୁ ବଝୋଇ କରି ନେଉଥିବା ଦୁଇ ଗାଡିକୁ। ସ୍ଥାନୀୟ ଗ୍ରାମବାସୀ ଜବଦ କରିବା ସହିତ ଗାଡି ସହିତ ଗାଡି ରେ ଚାଲାଣ ହେଉଥିବା ୧୮ ଟି ଗୋରୁକୁ ବାରିଆ ଥାନା କୁ ହସ୍ତାନ୍ତର କରିଥିବା ଜଣା ଯାଇଛି। ସ୍ଥାନୀୟ ଜନସାଧାରଣ ଙ୍କ ଠାରୁ ମିଳିଥିବା ସୂଚନା ରୁ ଜଣାଯାଏ ଯେ ପ୍ରତି ସପ୍ତାହରେ ବଳଦ ବ୍ୟବସାୟୀ ମାନେ ଏହି ରାସ୍ତା ଦେଇ ଗୋରୁ ମାନଙ୍କୁ ମୟୂରଭଞ୍ଜ ଜିଲ୍ଲାର ଅଙ୍ଗାରପଦା ହାଟକୁ ବିକ୍ରି କରିବା ପାଇଁ ନେଇଥାନ୍ତି। ସ୍ଥାନୀୟ ଗ୍ରାମବାସୀ ଅନେକ ଥର ବାରଣ କରିବା ସତ୍ତ୍ବେ ବ୍ୟବସାୟୀ ଏହି ରାସ୍ତା ଦେଇ ଗୋରୁ ଚାଲାଣ କରି ଚାଲିଥିଲା। ଗତକାଲି ରାତିରେ ସ୍ଥାନୀୟ ଜନସାଧାରଣ ବେଆଇନ ଗୋରୁ ଚାଲାଣ କରୁଥିବା ଗାଡି କୁ ଅଟକାଇ ବାରିଆ ପୁଲିସ କୁ ଖବର ଦେଇଥିଲେ। ବାରିଆ ପୁଲିସ ସେତେବେଳେ ପ୍ରାଟ୍ରାଲିଙ୍ଗ କରୁଥିଲେ। ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଗୋରୁ ବୋଝେଇ ଗାଡି କୁ ଜବଦ କରିଥିଲେ। ଗାଡିରେ ଥିବା ଦୁଇ ଖସି ଯାଇଥିବା ବେଳେ ୨ ଜଣକୁ ଗ୍ରାମବାସୀ କାବୁ କରିନେଇଥିଲେ। ବାରିଆ ଥାନା କେଶ ନମ୍ବର୯୧/୨୦୨୫ଦଫା୩୦୩.୩୧୭,୩୨୫,୩୮୧,୧୧,୧୯୬୦ ରେ ମାମଲା ରୁଜୁ କରିବା ସହିତ ଗାଡି ଚାଳକ ଭାକୁଲ ବେହେରା (୨୫) ଓ ସୋମନାଥ ବେହେରା (୩୮) କୁ ବାରିଆ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି। ଗୋରୁ ଚାଲାଣ କରୁଥିବା ଗାଡି କୁ ପୁଲିସ ଜବଦ କରିବା ସହିତ ଜବଦ ହୋଇଥିବା ୧୮ ଟି ଗୋରୁ କୁ ରାଜନଗର ସ୍ଥିତ ଗୋ ଶାଳାକୁ ପଠାଇ ଥିବା ସମ୍ପର୍କରେ ବାରିଆ ଥାନା ଅଧିକାରିଣୀ ରଞ୍ଜୁ ହସିନା କୁଲୁ ଓ ଏ ଏସ ଆଇ ଅନିଲ ହାଁସଦା ସୂଚନା ପ୍ରଦାନ କରିଛନ୍ତି।