ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପହଣା ଠାରେ ଥିବା ରୟାଲ ପ୍ୟାଲେସରେ ଭାଜପା ବାବା ଆଖଣ୍ଡଳମଣି ଜୋନ କର୍ମକର୍ତ୍ତାଙ୍କ ଦ୍ବାରା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ସୋମବାର ସନ୍ଧ୍ୟା ୬.୪୦ରେ ପାଳିତ ହୋଇଯାଇଛି । ଭାଜପା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ସଂଯୋଜକ କିଶୋର ନାୟକ, ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅତିଥି ଭାବେ ଯୋଗଦେଇ ମହାନ ଜନନେତାଙ୍କ ଦେଶ ପାଇଁ କରିଥିବା ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଭାଜପା ମଣ୍ଡଳ ସଭାପତି ସନ୍ଦିପ କୁମାର ନାୟକ ସଂଯୋଜନା କରିଥିଲେ । ବରିଷ୍ଠ ଭାଜପା ନେତା ସଦାନନ୍ଦ ମଲିକ, ସଞ୍ଜୟ କୁମାର ରାୟ, ଦୀପକ ରଞ୍ଜନ ବିଶ୍ବାଳ, ଉତ୍ତମ ମିଶ୍ର, ଲୋପାମୁଦ୍ରା ନାୟକ, ଗୀତିକା ରାଉଳ, ଉମେଶ ଚନ୍ଦ୍ର ସାହୁ, ନଦିଆ ଚାନ୍ଦ ବିଶ୍ବାଳ, ସୁରେଶ ମହାଳିକ, ବିଜୟ ବିଶ୍ବାଳ, ମଣିଭଦ୍ର ଦାସ, ଦୀପ୍ତି ରଞ୍ଜନ ନାୟକ, ସୁବ୍ରତ ବିଳାସ, ହେମାନନ୍ଦ ବିଶ୍ବାଳ, ପ୍ରତାପ କୁମାର ପାଢୀ, ଗଣେଷ ପରିଡା, ଜନାର୍ଦ୍ଦନ ବାରିକ ପ୍ରମୁଖ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ