ଜୁଆ ଆଡ୍ଡା ଉପରେ ଚଢ଼ଉ: ୩ ଗିରଫ
ଜଗନ୍ନାଥପ୍ରସାଦ (ସନ୍ତୋଷ କୁମାର ଜେନା ):- ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡ଼ଭୂମି ,ପଟାଧାର ,ତରଫ ,ବରକୋଳିଆ ,ଗୋଚ୍ଛାବାଡ଼ି ,କୁମୁଣ୍ଡା ଅଞ୍ଚଳ ର ଅନେକ ସ୍ଥାନରେ ବହୁଦିନଧରି ଜୁଆଖେଳ ଚାଲୁରହିଥିଲା | ଗତ ସୋମବାର ରାତି 11ଟା ବେଳେ ପୋଲିସ ଜୁଆଖେଳ ଉପରେ ଚଢ଼ଉ କରିବା ସମୟରେ କିଛି ଜୁଆଡ଼ି ଖସିଯାଇଥିବାବେଳେ ଝାଡ଼ଭୂମି ଗ୍ରାମର ଶୁକଦେବ ସ୍ୱାଇଁ , ପଟାଧାର ଗ୍ରାମର ବିପ୍ର ଚରଣ ବେହେରା ଓ ପୁରୁଣା ଗୋଚ୍ଛାବାଡ଼ି ଗ୍ରାମର ଦୀପକ କୁମାର ନାୟକଙ୍କୁ ପୋଲିସ ଗୋଡ଼ାଇଧରିଥିଲା | ପୋଲିସ ଘଟଣାସ୍ଥଳରୁ 3 ଟି ବାଇକ ଓ 9,500 ଟଙ୍କା ମଧ୍ୟ ଜବତ କରିବା ସହିତ ଗିରଫ ହୋଇଥିବା ତିନିଜଣଙ୍କ ନାମରେ 290/25 ରେ ମାମଲା ରୁଜୁ କରାଯାଇଥିଲା | ଜଗନ୍ନାଥପ୍ରସାଦ ଥାନାରେ ନୂତନଭାବେ ଯୋଗଦେଇଥିବା ଯୁବ ଏସ୍.ଆଇ ଜ୍ୟୋତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ପୋଲିସ ଏହି ସଫଳତା ପାଇଥିଲା |