ନଳକୂପରୁ ବାହାରୁଛି ଗୋଳିଆ ପାଣି: ଲୋକେ ହନ୍ତସନ୍ତ

ହାଟଡିହି  (ପାର୍ଥ ସୌରଭ ସା) ହାଟଡିହି ବ୍ଲକ ସୁନ୍ଦରାପାଳ ଗ୍ରାମର ଲୋକମାନେ ପାନୀୟ ଜଳରୁ ବଞ୍ଚିତ ହୋଇ ନାନା ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଗାଁ ରେ ୧୩୦ରୁ ଊର୍ଦ୍ଧ୍ବ ପରିବାରର ତିନି ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗାଁ ରେ ଦୁଇଟି ନଳକୂପ ଅଛି। କିନ୍ତୁ ଦୁଇଟି ଯାକ ନଳକୂପରୁ ଗୋଳିଆ ପାଣି ବାହାରୁ ଥିବାରୁ ସେହି ଗୋଳିଆ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି। ଏପରିକି ସେହି ପାଣିରେ ରୋଷେଇ ମଧ୍ଯ କରୁଛନ୍ତି। ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉ ନଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ହେଉଥିଲେ ବି କୌଣସି ସୁଫଳ ମିଳୁନାହିଁ ବୋଲି ବବୁଲ ଖଣ୍ଡେଇ, ତୁଳସୀ ଖଣ୍ଡେଇ, କନକ ଖଣ୍ଡେଇ, ରଶ୍ମିତା ଖଣ୍ଡେଇ, ବିଜୁ ଖଣ୍ଡେଇ, ଜାଗା ନାଇକ, ବଳିଆ ନାଇକ, ଶମ୍ଭୁନାଥ ଖଣ୍ଡେଇ, ବସନ୍ତ ଖଣ୍ଡେଇ, ନୀରାଶ୍ରୀ ନାଇକ, କୁମୁଦିନୀ ନାଇକ, ବାବୁ ଖଣ୍ଡେଇ, ସଞ୍ଜୁ ଖଣ୍ଡେଇ, କଟି ଖଣ୍ଡେଇ, ସୁଶାନ୍ତ ଖଣ୍ଡେଇ, ମିଲୁ ଖଣ୍ଡେଇ ପ୍ରମୁଖ ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ