ମହିଳାଙ୍କ ସ୍ମୃତିଚାରଣ ସଭା

ବନ୍ତ,(ଚାନ୍ଦିନୀ ନହାନ୍ତି): ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ପୃଷ୍ଟିସାହିର ଧର୍ମପରାୟଣ ମହିୟସୀ ମହିଳା ସ୍ୱର୍ଗତଃ ଯମୁନା ପୃଷ୍ଟିଙ୍କ ଏକାଦଶାହ କ୍ରିୟା ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଫ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ସ୍ୱର୍ଗତଃ ଯମୁନା ଦେବୀ ଜଣେ ମହିୟସୀ ମହିଳା ଥିଲେ , ସେ ସଂପୃକ୍ତ ଗ୍ରାମର ସମସ୍ତଙ୍କୁ ସ୍ନେହ ମମତାରେ ବାନ୍ଧି ରଖୁଥିଲେ । ଯମୁନା ଦେବୀ ଏମିତି କିଛି କାମ କରିଛନ୍ତି ଯାହା ତାଙ୍କୁ ସବୁଦିନ ପାଇଁ ମନେ ରଖିବ ବୋଲି ସେ କହିଥିଲେ । ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତି ସଭାକୁ କବି କିର୍ତ୍ତନ ଚରଣ ନାୟକ ସଂଯୋଜନା କରିଥିଲେ । ଏଥିରେ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ,ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ,ସ୍ତମ୍ଭକାର ସୁବୋଧ କୁମାର ସାହୁ, ପ୍ରବଚକ ହରିହର ପାଣିଗ୍ରାହୀ,ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ସମିତିସଭ୍ୟ ଧରଣୀ ଧର କର, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ, ବିଜୁ ଜନତା ଦଳ ଭଦ୍ରକ ବ୍ଲକର ପୂର୍ବତନ ସମ୍ପାଦକ ରଘୁନାଥ ପଣ୍ଡା,ବିଜୁ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା,ଗୋଲକ ପୃଷ୍ଟି , ଦୁଃଖ ପାଣିଗ୍ରାହୀ ପ୍ରମୁଖ ଯମୁନା ଦେବୀ ଅଭିରାମ ପରମହସଂ ଦେବଙ୍କ ପରମ ଭକ୍ତ ଥିବା ବେଳେ ଜଣେ ସମାଜସେବିକା ଭାବେ ସଂପୃକ୍ତ ଅଞ୍ଚଳରେ ସର୍ବଜନାଦୃତ ଥିଲେ । ତାଙ୍କର ପରଲୋକରେ ପରିବାର ଲୋକଙ୍କ ପ୍ରତି ଭଗବାନ ସହାୟ ହୁଅନ୍ତୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ଶିକ୍ଷକ ପଞ୍ଚାନନ ପୃଷ୍ଟିଙ୍କ ପରିଚାଳନାରେ ରାଜେଶ ପୃଷ୍ଟି, ଅନିତା ପୃଷ୍ଟି, ନଟବର ପୃଷ୍ଟି, ଭରତ ପୃଷ୍ଟି, ସାରଙ୍ଗ ପୃଷ୍ଟି, ନାରଣ ବେହେରା, ଉଦୟ ବେହେରା, ମହେନ୍ଦ୍ର ବେହେରା, ଅଙ୍କିତା ବେହେରା, ପୁଷ୍ପାରାଣୀ ସାହୁ,ଲିପ୍ସା ପୃଷ୍ଟି, ସନ୍ଦୀପ ପୃଷ, ସୌମ୍ୟ ରଞ୍ଜନ ସାହୁ, ବୃନ୍ଦାବନ ସାହୁ, ସତ୍ୟରଞ୍ଜନ ସାହୁ, ତେଜସ୍ୱନି ବେହେରା, ପ୍ରମିଳା ପୃଷ୍ଟି, ଉର୍ମିଳା ବେହେରା, ମିନତୀ ବେହେରା, ଜିଜ୍ଞାସୁ ପୃଷ୍ଟି, କାମିନୀ ପୃଷ୍ଟି, ଜଲି ପୃଷ୍ଟି, ମଲ୍ଲି ପୃଷ୍ଟି, ରଶ୍ମିତା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ