ମିଳନୀରେ ଆଦ୍ୟ ମୌସୁମୀ ସାହିତ୍ୟ ଆସର
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଆଦ୍ୟ ମୌସୁମୀ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବ ରେ ମିଳନୀ ଭବନ ରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭ ରେ ଡାକ୍ତର ଭାରତୀ ବେହେରା ଧୂପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ।ବିଶିଷ୍ଟ କବି ଚିନ୍ତାମଣି ମହାଳିକ ସୂଚନା ଦେବା ସହିତ ସ୍ୱାଗତ ସମ୍ଭାଷଣ ଜଣାଇ ଥିଲେ। ବିଶିଷ୍ଟ ସାହିତ୍ୟିକା ରିତାଞ୍ଜଳି ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କୁ ଉତ୍କଳୀୟ ବାଙ୍ମୟ ର ନାଭିକେନ୍ଦ୍ର ଭାବରେ ଅଭିହିତ କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତିୟ ଅଭିଭାଷଣ ରେ ବର୍ଷା କୁ ସାହିତ୍ୟର ପ୍ରାଣ ଭାବରେ ଉଲ୍ଲେଖ କରିବା ସହିତ ଶ୍ରୀଜଗନ୍ନାଥ ଙ୍କ ସହିତ କେହି ତୁଳନୀୟ ନୁହଁନ୍ତି ବୋଲି ମତ ପ୍ରକାଶ କରିଥିଲେ। କବୟିତ୍ରୀ ଭାବିପ୍ରିୟା ସାହୁଙ୍କ ସଂଯୋଜନା ରେ ଉମାକାନ୍ତ ବେହେରା, ଶରତ କୁମାର ରାଉତ, ନରହରି ମିଶ୍ର,ବିରଞ୍ଚି ନାରାୟଣ ସାମନ୍ତରାୟ, ମମତା ରାଣୀ ଦାସ, ବୀଣାପାଣି ଜେନା, ଶୋଭନା ଜେନା,ମନ୍ଦାକିନୀ କର, ଆର୍ଯ୍ୟବାଳା ମହାପାତ୍ର,ମଧୁସୂଦନ ମିଶ୍ର,ଜଗନ୍ନାଥ ଜେନା, ଜିତେନ୍ଦ୍ର ପରିଡ଼ା, ଧୃବାନନ୍ଦ ରାଉତ, ଡକ୍ଟର୍ ସୁମନ୍ତ୍ର ନାଏକ, ଦେବଦତ୍ତ ଦେହୁରୀ, ରାମଚନ୍ଦ୍ର ସାହୁ, ମାୟାଧର ନାୟକ ଓ ପ୍ରତାପ କର୍ମକାର ପ୍ରମୁଖ ବହୁକବି କବିତା ଆବୃତ୍ତି କରିଥିଲେ। ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।