ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ସମଣା ପଞ୍ଚାୟତ ତେମଳା ଗ୍ରାମରେ ଥିବା ବାୟାଣୀ ଜେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାଶିକ୍ଷକ ଅଲେଖ ଚନ୍ଦ୍ର ପରିଡାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି। ଶ୍ରୀଯୁକ୍ତ ପରିଡ଼ା ଏହି ସ୍କୁଲରେ ଦୀର୍ଘ ୨୮ବର୍ଷ ଧରି ଶିକ୍ଷାଦାନ କରୁଥିବାରୁ ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ ମାନେ ଏକ ବିରାଟ ପଟୁଆରରେ ବାଜା ବଜାଇ, ବାଣ ଫୁଟାଇ ତାଙ୍କୁ ତାଙ୍କ ନିଜ ଗ୍ରାମରୁ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ। ଆସିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶଙ୍ଖ ହୁଳହୁଳି ଓ ଫୁଲ ଚନ୍ଦନ ଦେଇ ବନ୍ଦାଉ ଥିବା ଦେଖିବାକୁ ମିଳିଥିଲା। ପରେ ପ୍ରଫୁଲ୍ଲ କୁମାର ଜେନାଙ୍କ ସଂଯୋଜନାରେ ଓ ନାରାୟଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ , ମୁଖ୍ୟ ବକ୍ତା ଭାବେ ପୁର୍ବତନ ବିଇଓ କମଳ ଲୋଚନ ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ପୁର୍ବତନ ବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ପ୍ରମୋଦ କୁମାର ନାୟକ, ସିଆରସିସି ଗଦାଧର ଜେନା, ପରିଚାଳନା କମିଟିର ସଭାପତି ବିମ୍ବାଧର ଜେନା, ଘନଶ୍ୟାମ ପେଡା ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ପ୍ରଧାନ ଶିକ୍ଷକଙ୍କ ଅବସର ପରେ ସ୍କୁଲଟିରେ ମାତ୍ର ଜଣେ ଶିକ୍ଷକ ରହୁଥିବାରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ। ଏହି ଅବସରରେ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏଥିରେ ଆଖପାଖ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରିଣୀ କିଙ୍କର ନନ୍ଦ, ଦୁର୍ଗା ପ୍ରସାଦ ସ୍ବାଇଁ, ରାଜେଶ କୁମାର ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।