କଶୀଗୁଡା ଗାଁର ରାସ୍ତାର ଅବସ୍ଥା ଶୋଚନୀୟ : ଲୋକେ ଆନ୍ଦୋଳନ ପାଇଁ ସଜବାଜ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ଗାଁର ବିକାଶ ଦେଶର ବିକାଶ ନାରା କେବଳ କାଗଜ କଲମରେ ବୋଲି ଏହି ଦୃଶ୍ୟ ଦେଖିଲେ ଜଣା ପଡୁଛି। ଏହି ରାସ୍ତା କୌଣସି ଉପାନ୍ତ ସଞ୍ଚଳର ନୁହେଁ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତର ମୁଖ୍ୟ ରାସ୍ତା କଡ଼ ଗ୍ରାମ କାଶୀଗୁଡ଼ାର ରାସ୍ତାର ଅବସ୍ଥା। ଏହି ରାସ୍ତା ରାୟଗଡା ଓ କଲ୍ୟାଣସିଂହପୁର ୪୫ନଂବର ରାଜ୍ୟ ରାଜପଥ କଡ଼ରେ ଥିବା ରାସ୍ତା। ମାତ୍ର ଦୁଇ ସହ ମିଟର ରାସ୍ତା ସ୍ୱାଧୀନତାର ସାତ ଦଶନ୍ଦି ଠାରୁ ଆଜିଯାଏ ରାଜନୈତିକ ଅଭସନ୍ଦିରେ ଅଟକି ଯାଇଛି। ଠିକା କାମକୁ ନେଇ ବିଭଗୀୟ ଅଧିକାରୀ ମବନେ ମଧ୍ୟ ଚୁପ ବସିବା ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତି ବର୍ଷ ରାସ୍ତା ପାଇଁ ଅର୍ଥ ମଞ୍ଜୁର ହେଉଛି ଫାଇଲ ମଧ୍ୟ ଖୋଲା ଯାଉଛି କେମିତି କେଜାଣି ରାସ୍ତା କାର୍ଯ୍ୟ ହୋଇ ପାରୁନି ଗ୍ରାମବାସୀ ଜାଣି ପାରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ରାସ୍ତା ବର୍ଷା କଣ ଖରାଦିନରେ ମଧ୍ୟ ଗର୍ବହାଯନ୍ତ୍ରଣାରେ ଭୋଗୁଥିଲେ ବୋହି ଆଣିବାକୁ ପଡୁଥିବା ନଜୀର ରହିଛି। ଖରାଦିନେ ବଡ଼ବଡ଼ ଖାଲ ଢିପ ଓ ବର୍ଷାଦିନେ ଖାଲ ସାଙ୍ଗକୁ କାଦୁଅ ପଛପଚ ଯୋଗୁ ଲୋକେ ଯାତାୟାତ କରିବାରେ କଷ୍ଟ ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି। ଗତ କିଛିଦିନ ପୂର୍ବେ ଗ୍ରାମର ମୁଣ୍ଡରେ ଏକ ଫଳକ ଗାଁ ବିକାଶ ନାମରେ ଲାଗିଥିଲା। ଫଳକରେ ତିନି ଲକ୍ଷ ଟଙ୍କା ମଧ୍ୟ ଲେଖା ଯାଇଥିଲ କାହଁକି କେଜାଣି କାର୍ଯ୍ୟ ବିଭାଗ କଳା ନାହିଁ କେହି ଜାଣି ପାରି ନାହାନ୍ତି ମିଥ୍ୟା ବିଲ ହୋଇଛି ନା କାର୍ଯ୍ୟ ବନ୍ଦ ରହିଛି ଲୋକେ କାଣି ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।ଏସମ୍ପର୍କରେ ପିଇଓ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ଏକ ଫାଇଲ ଖଲା ଯାଇଛି ଟଙ୍କା ଆସିଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି।ରାସ୍ତା ମରାମତି ନହୁଏ ତେବେ ରାୟଗଡା ଓ କଲ୍ୟାଣସିପୁର ରାସ୍ତା ରୋକ କରାଯିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି।


