ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
ହାଟଡିହି (ପାର୍ଥ ସୌରଭ ସା) :କେନ୍ଦୁଝର ଜିଲ୍ଲା ହଦଗଡ଼ ବନାଞ୍ଚଳ ପକ୍ଷରୁ ହାଟଡିହି ଆଦର୍ଶ ବିଦ୍ୟାଳୟରେ ବନ ମହୋଉତ୍ସବ ସପ୍ତାହ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମରେ ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶଲ କିସ୍ତ୍ରୁ, ବନପାଳ ମଳୟ ସାହୁ, ବନରକ୍ଷୀ ଜ୍ୟୋତିରଞ୍ଜନ ମାଝୀ, ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ଲିନାଲିସା ସାମନ୍ତରାୟ, ଶିକ୍ଷୟତ୍ରୀ ଅଙ୍କିତା ରାଉତ, ଶିକ୍ଷକ ବିଭୁପ୍ରଦାସ ନାୟକ, ହରେକୃଷ୍ଣ ଜେନା, ବିନାୟକ ଧୂନି,ରାକେଶ ମହାନ୍ତ ଓ ବୈଲୋଚନ ଜେନା ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ସପ୍ତାହ ପାଳନ ର ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ପ୍ରତ୍ୟେକ ବ୍ୟକ୍ତି ମାନେ ବର୍ଷକୁ ଅତି କମରେ ଦୁଇଟି ଗଛ ଲଗାଇ ତାର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କ ସହଯୋଗରେ ଆମ୍ବ, ପଣସ, ଓଉ, ତେନ୍ତୁଳି ଭଳି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା।