ସାପ୍ତାହିକ ଓ ଦୈନିକ ବଜାର ନୀଲାମ

ମୋହନା,(ଓ୍ବାଇଏନଏସ) ଗଜପତି ଜିଲ୍ଲା ମୋହନା ସାପ୍ତାହିକ ହାଟ ଓ ଦୈନିକ ବଜାର ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ନିଲାମ ପ୍ରକ୍ରିୟା ହୋଇଥିବା ବେଳେ ଅନେକ ବ୍ୟକ୍ତି ନିଲାମ ରେ ସାମିଲ ହୋଇଥିଲେ । ସାପ୍ତାହିକ ହାଟ ପାଇଁ ବାର୍ଷିକ 7 ଲକ୍ଷ 42 ହଜାର ଟଙ୍କାରେ ଜୀବନ ସାଗର ପାଇକ ନିଲାମ ପାଇଥିବା ବେଳେ ଦୈନିକ ବଜାର ପାଇଁ ସରୋଜ କୁମାର ନାୟକ 1 ଲକ୍ଷ 53 ହଜାର 8 ଶହ ଟଙ୍କା ରେ ନିଲାମ ପାଇଛନ୍ତି । ଏହି ନିଲାମ ପ୍ରକ୍ରିୟା ରେ ମୋହନା ସରପଞ୍ଚ ସୁନିତା ମଲିକ, ନାଏବ ସରପଞ୍ଚ ରସାନନ୍ଦ ପାଣି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦୀପକ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କlରିକା ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ