ରେଭେନ୍ସା କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ଦ୍ବନ୍ଦ୍ବ: ଘଣ୍ଟାକରେ ପ୍ରତ୍ୟାହୃତ

କଟକ, (ସରୋଜ ପଣ୍ଡା): ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ବିଶ୍ବବିଦ୍ୟାଳୟର କୁଳସଚିବଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରେଭେନ୍ସାର ଛାତ୍ରୀ, ଅଧ୍ୟାପିକା, ମହିଳା କର୍ମଚାରଙ୍କ ପାଇଁ କଟକଣା ଲାଗୁ କରାଯାଇଛି । ସନ୍ଧ୍ୟା ସାଢେ ୫ଟା ପରେ ମହିଳାମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ରହିପାରିବେ ନାହିଁ । ମାତ୍ର ନିର୍ଦ୍ଦେଶନାମା ଆସିବାର ଅଧଘଣ୍ଟାକ ମଧ୍ୟରେ ଏହା ପୁଣି ପ୍ରତ୍ୟାହୃତ କରାଯାଇଥିବା ଜଣାପଡ଼ିଛି । ସନ୍ଧ୍ୟା ସାଢେ 5ଟା ପରେ ମହିଳାମାନେ କ୍ୟାମ୍ପ ମଧ୍ୟରେ ରହି ପାରିବେ ନାହିଁ ବୋଲି ରେଭେନ୍ଶା ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଶ୍ଵବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପିକା, ମହିଳା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ । ଏମିତିକି ନୂଆ SOP ଆସିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯିବ । ଏନେଇ ବିଶ୍ଵବିଦ୍ୟାଳୟ କୁଳସଚିବଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ପ୍ରାୟ ଏକ ଘଣ୍ଟା ମଧ୍ୟରେ ଯଦିଓ ଏହି ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି । ତେବେ କାହିଁକି ଏହିପରି ନିଷ୍ପତ୍ତି ନିଆଗଲା ? କାହାର ଅନୁମତିରେ ଏହି ବିଜ୍ଞପ୍ତି ଜାରି କରାଗଲା ଏବଂ ଏହାକୁ ରଦ୍ଦ କରାଗଲା ? ଆଇସିସି କମିଟିର ଅଧ୍ୟକ୍ଷା ଉର୍ମିସୀ ବେଦମତା ଏହି ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ବାଲେଶ୍ଵର ଘଟଣା ପରେ ଏହି ନିଷ୍ପତି ନିଆଯାଇଛି । ଯାହା କି ଭୁଲ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଏଭଳି ନିଷ୍ପତି ନେବା ପୂର୍ବରୁ ଅନେକ ଥର ଭାବିଚିନ୍ତି ନେବାର ଥିଲା । ସେ ଏହାକୁ ନେଇ କଡା ସମାଲୋଚନା ବି କରିଛନ୍ତି । ଅଘଟଣ ସାଢେ ୫ଟା ପରେ ବି ଘଟିପାରେ । ଅନେକ ଛାତ୍ରୀ ସାଢେ ୫ଟା ପରେ ଲାଇବ୍ରେରୀ ଯାଇ ରାତି ୯ଟା ପର୍ଯ୍ୟନ୍ତ ପାଠ ପଢୁଛନ୍ତି । କାହାର ଆବଶ୍ୟକ ପଡିଲେ ମାର୍କେଟ ବି ଯାଉଛନ୍ତି । ତେଣୁ ଏଭଳି ନିଷ୍ପତ୍ତିକୁ ସେ ବିରୋଧ କରିଛନ୍ତି । ବଡ଼ କଥା ହେଉଛି ସେ ଆଇସିସି କମିଟିର ଅଧକ୍ଷା ଉର୍ମିସୀ ବେଦମତାଙ୍କ ବିନା ଅନୁମତିରେ ଏପରି ନିଷ୍ପତି ନିଆଯାଇବା ସେ କହିଛନ୍ତି । ବିଶ୍ବବିଦ୍ୟାଳୟରେ ସାଢେ ୫ଟା ପରେ ମଧ୍ୟ କାମ ଶେଷ ହୁଏନାହିଁ । ସାଢେ ୫ଟା ପରେ ସବୁ ବନ୍ଦ କରିବା ଠିକ ବୋଲି ଲାଗୁନାହିଁ । ମୋ ମତରେ ଏହି ସମୟସୀମା ବିଜ୍ଞପ୍ତି ବାହାର କରିବା ପୂର୍ବରୁ ଭାବିବାର ଥିଲା” ବୋଲି ଆଇସିସି କମିଟିର ଅଧ୍ୟକ୍ଷା ଉର୍ମିସୀ ବେଦମତା କହିଛନ୍ତି । ଯଦି ନିଷ୍ପତ୍ତି ନେଲେ ୧ଘଣ୍ଟା ମଧ୍ୟରେ କାହିଁକି ରଦ୍ଦ କଲେ ବୋଲି ଛାତ୍ରୀମାନେ ବି ପ୍ରଶ୍ନ ଉଠାଇଛନ୍ତି । ଶୁଶ୍ରୀ ନାମକ ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଅଘଟଣ ପାଇଁ ଯେଉଁଠି ପୁଅମାନେ ଦାୟୀ ରୁହନ୍ତି, ଝିଅମାନଙ୍କ ପାଇଁ କାହିଁକି ସବୁ ଆଡ଼େ ବାରଣ କରାଯାଉଛି । କ୍ଳାସ 5ଟା ବେଳେ ସରୁଥିବା ବେଳେ ଜଣେ ଛାତ୍ରୀ କଣ ଲାଇବ୍ରେରୀ ଯାଇ ପାଠପଢି ପାରିବନାହିଁ କିମ୍ବା ମାର୍କେଟ ଯାଇ ପାରିବନାହିଁ ? । କେବଳ ଛାତ୍ରୀମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି ? ରେଭେନ୍ସା କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତିକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ରୀମାନଙ୍କ ଅଭଯୋଗ ଶୁଣାଣି ପାଇଁ ଗତ ୨୦୧୨ ମସିହାରେ ଜିଏସ କମିଟି ଗଠନ ହୋଇଥିଲା । ୟୁଜିଏସ ନିୟମାବଳୀ ଅନୁଯାୟୀ, ଗତ ୨୦୨୨ରେ ଏହା ଆଇସିସି (ଇନଟନାଲ କମ୍ପ୍ଲେନ କମିଟି)ନାମରେ ନାମିତ ହୋଇଥିଲା । ବିଶ୍ଵବିଦ୍ୟାଳୟରେ ୨୦୧୨ରୁ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟକ ବର୍ଷ ଗୋଟିଏ ଦୁଇଟି ମାମଲା ରୁଜୁ ହୋଇଥାଏ । ଏହାର ଶୁଣାଣି କରି କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କହାକୁ କଲେଜରୁ ବହିଷ୍କାର କରାଯାଇଛି ତ ଆଉ କାହା କୁ ନିଳମ୍ବନ କରାଯାଇଛି । ଏମିତିକି କମିଟିର ରିପୋର୍ଟ ଅନୁସାରେ ତତ୍କାଳୀନ କୁଳପତି ଜଣେ ଅଧ୍ୟାପକଙ୍କୁ କଲେଜରୁ ନିଲମ୍ବନ କରିଛନ୍ତି ବୋଲି କହିଛନ୍ତି ଆଇସିସି କମିଟିର ଅଧ୍ୟକ୍ଷା ଉର୍ମିସୀ ବେଦମତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ