ଡାଇରିଆ ସଚେତନତା ରଥ ଉଦଘାଟିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ଜିଲ୍ଳା ସ୍ୱାସ୍ଥ୍ୟ ସେମିତି, କେନ୍ଦ୍ରାପଡା ଅନ୍ତର୍ଗତ ସହରାଞ୍ଚଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଶନିବାର ସକାଳେ ଏକ ଡାଇରିଆ ସଚେତନତା ରଥ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ ଉଦ୍ଘାଟନ କରି ଡାଇରିଆ ଦୂରୀକରଣ ପଦ୍ଧତି ବିଷୟରେ କହିଥିଲେ । ଏହି ସଚେତନତା ରଥ ଜୁଲାଇ ୧୯ ତାରିଖରୁ ୩୧ ଜୁଲାଇ ପର୍ଯ୍ୟନ୍ତ କେନ୍ଦ୍ରାପଡା ପୌରାଞ୍ଚଳ ର ସମ୍ପୂର୍ଣ୍ଣ ୨୧ ଟି ୱାର୍ଡରେ ବୁଲି ସଚେତନତା ବାର୍ତ୍ତା ପ୍ରଦାନ କରିବ ଏବଂ ବିଶେଷ ଭାବରେ ଜନ୍ମରୁ ୫ ବର୍ଷର ପିଲା ଥିବା ଘରକୁ ଘର ବୁଲି ସହରାଞ୍ଚଳ ଆଶା କର୍ମୀ ସଚେତନତା ବାର୍ତ୍ତା ସାଙ୍ଗକୁ ଓ. ଆର. ଏସ. ଓ ଜିଙ୍କ ବଟିକା ବାଣ୍ଟୁଛନ୍ତି ଓ ଏହାର ବ୍ୟବହାର ସମ୍ପର୍କରେ କହୁଛନ୍ତି । ଏହି ରଥ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏ ଡି ଏମ ଓ (ମେଡ଼ିକାଲ) ଡା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ପ୍ରଦୀପ ଦାସ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡା. ସୁଶ୍ରୀ ଜେନା, ଡି ପି ଏମ ମନୋରଞ୍ଜନ ସାହୁ, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ଓ ସହରାଞ୍ଚଳ ଆଶା କର୍ମୀ ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା ର ସହକାରୀ ମ୍ୟାନେଜର ମମତା ଦାଶ ପରିଚାଳନା କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ