ଭାଇବହୁକୁ କାଦଳ ମାରି ହତ୍ୟା ଘଟଣା: ଦେଢଶୁରକୁ ଗିରଫ ଓ କୋର୍ଟ ଚାଲାଣ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) :ଦେଡଶୁର କଦାଳ ଚଟରେ ଭାଇବଉ ଶୌଳେନ୍ଦ୍ରୀ ମୃତ ।ମୃତ୍ୟୁ ଘଟଣାରେ ଆତ୍ମ ସମର୍ପଣ କରିଥିବା ଦେଢଶୁର ଲତରା ପରେପକା (୫୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତକାଲି ହ୍ୟାକାରୀ ଅଭିଯୁକ୍ତ କୋଦାଳ ଧରି ଥାନାରେ କଲା ଆତ୍ମ ସମର୍ପଣ ହୋଇ ନିଜେ ମାରିଥିବା ଶିକାର କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଥିଲା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଢେପାଗୁଡା ଗାଁରେ ।ଘଟଣାରୁ ପ୍ରକାଶଯେ ଜମି ବିବାଦକୁ କୁ ନେଇ ଦୁଇଭାଇ  ପ୍ରେପକା ବୈଇମାଝୀ ଓ  ହତ୍ୟାକାରୀ ବଡ଼ ପ୍ରେପକା ଲତରା ମଧ୍ଯରେ  କିଛିଦିନ ହେଲା ଝଗଡା ଲାଗି ରହିଥିଲା ।ସେହିଭଳି ଉଭୟ ଭାଇ ମଧ୍ୟରେ ଝଗଡା ହେବାରୁ ସାନ ଭାଇ ବଇମାଝୀ ଅମିନ ଆଣି ମାପଜୁପ କରିବା ବୋଲି କହିଥିଲା କିନ୍ତୁ ହତ୍ୟାକାରୀ ବଡଭାଇ ଲତରା ଠିକ ଅଛି କହି ରାଗରେ ସେହି ସ୍ଥାନରୁ ଚାଲିଆସିଥିଲା ଅନ୍ୟପଟେ ସାନ ଭାଇ ବୈଇମାଝୀ ର ସ୍ତ୍ରୀ  ଶୌଳେନ୍ଦ୍ରୀ  ନିଜ ଘରେ ରଷେଇ କରୁଥିବା ସମୟରେ ଦେଡଶୁର ଲତରା ରାଗରେ ଘରଭିତରେ ପଶି ଧରିଥିବା କଦାଳରେ ଶୌଳେନ୍ଦ୍ରୀର ମୁଣ୍ଡରେ ଦୁଇ ରୁ ତିନି ଚଟ ମାରି ସେହି ସ୍ଥାନରୁ ଚାଲିଯାଇ ଗାଁ ଲୋକକୁ ମାରିଦେଇଥିବା କହିଥିଲା । ଏପଟ ଶୌଳେନ୍ଦ୍ରି ଛୋଟପଟ ହୋଇ ଚିତ୍କାର ଶୁଣି ଗାଁ ଲୋକେ ଦେଖି ସ୍ବାମୀ ବୈଇମାଝୀ କୁ ଖବର ଦେବାରୁ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଗାଡିକୁ ଯୋଗାଗୋଗ କରି କଲ୍ୟାଣସିଂହପୁର  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ଚିନ୍ମୟ ନାୟକ ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଶଙ୍କଟାପର୍ଣ୍ଣ  ହୋଇଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗାଁରେ କକୁଆ ଭୟ ସୃଷ୍ଟି ହୋଇଛି ।ବୈମାଝୀ ପ୍ରେପକା ଜଣେ  ଶିକ୍ଷକତା କରୁଥିବା ବେଳେ ସ୍ତ୍ରୀ ଶୈଳେନ୍ଦ୍ରି ସାରକା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ରହିଥିଲେ। ଏନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଗାଁ ଲୋକେ କୌଣସି ପ୍ରତିକ୍ରିୟା ଦବାକୁ ମନା କରୁଛନ୍ତି । ଘଟଣାର ଖବର ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ ନିଳକଣ୍ଠ ବେହେରା ଢେପାଗୁଡା ଗାଁରେ ପହଞ୍ଚି ମୃତକ ଘରେ ପଶି ତଦନ୍ତ ଚଲାଇଛି ।ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଥାନା ଅଧିକାରୀ ବେହେରା ଙ୍କୁ ପଚାରିବାରୁ ତଦନ୍ତକରି ହତ୍ୟା କରି ଆତ୍ମ ସମର୍ପଣ କରିଥିବା ଲାତରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି  ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ