ଗତି ମୁକ୍ତି
ତୁମେ ହିଁ ସଙ୍କଳ୍ପ
ତୁମେ ହିଁ ବିକଳ୍ପ
କଳ୍ପନା ରାଇଜେ ମୋର
ଲୁହରେ ଭାସୁଛ
କଳ୍ପ କଳ୍ପାନ୍ତର
ଅନୁଭବର ଠାକୁର ।
ଶୟନେ ସପନେ
ଅବା ଜାଗରଣେ
ପାଶେ ପାଶେ ଅଛ ମୋର,
ସୁଖରେ ଦୁଃଖରେ
ଭଲରେ ମନ୍ଦରେ
ଅନୁଭବ ସ୍ପର୍ଶ ମୋର ।
ତୁମେ ଅନୁଭବ
ତୁମେ ଅନୁଭୂତି
ତୁମେ ଜୀବନ ବିଭୂତି,
ତୁମେ ପ୍ରତିପ୍ରତ୍ତି
ସକଳ ସମ୍ପତ୍ତି
ତୁମେ ଶକ୍ତି ଗତି ମୁକ୍ତି ।
ସଞ୍ଜ ସକାଳରେ
ଅନ୍ତରେ ବାହାରେ
ତୁମକୁ ଖୋଜଇ ନିତି,
ବାରେ ଦେଖା ଦିଅ
ଆହେ ଦୟାମୟ
ଘେନ ବିନମ୍ର ବିନତି ।
ଏତିକି କରୁଣା
ନ କରିବ ଉଣା
ପ୍ରାଣପ୍ରିୟ ପ୍ରାଣପତି,
ଜଗତର ନାଥ
ଆହେ ଜଗନ୍ନାଥ
ଗତି ମୁକ୍ତି ସତ୍ଯ ଶାନ୍ତି ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ


