ଧରଣୀଧର ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ମଞ୍ଜି ମାଟିଗୁଳା ପ୍ରଶିକ୍ଷଣ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଡେଭଲପମେଣ୍ଟ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି, କେନ୍ଦୁଝର ଓ ଧରଣୀଧର ବିଶ୍ୱ ବିଦ୍ୟାଳୟ କେନ୍ଦୁଝରର ମିଳିତ ସହଯୋଗରେ ଧରଣୀଧର ବିଶ୍ୱ ବିଦ୍ୟାଳୟଠାରେ ମଞ୍ଜି କୁ ମାଟିଗୁଳା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । କୁଳପତି ଡକ୍ଟର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ମାର୍ଗଦର୍ଶନରେ ଜୁଲାଇ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ଥାନୀୟ ମଞ୍ଜିକୁ ନେଇ ମାଟିଗୁଳା ପ୍ରସ୍ତୁତି ତାଲିମରେ ଏଫ୍ଇଏସ୍ ଦକ୍ଷ ତାଲିମଦାତା ଓ ପରିବେଶବିତ୍ ଭକ୍ତବସôଳ ମହାନ୍ତି ତାଲିମ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା,ଏନସିସି ଓ ଯୁବ ରେଡକ୍ରସ ର ୧୫୨ ଜଣ ଛାତ୍ରଛାତ୍ରୀ ତାଲିମରେ ସକି୍ରୟ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିବସରେ ସମସ୍ତ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିବା ୫୦୬୨ ଟି ମାଟିଗୁଳା ଗୁଡିକୁ ନେଇ ବାଂଶପାଳ ବ୍ଲକର ବିଭିନ୍ନ ଗ୍ରାମର ଜଙ୍ଗଲରେ ସ୍ଥାନୀୟ ଆଦିବାସୀ ଓ ବନବାସୀ ଭାଇ ଭଉଣୀମାନଙ୍କ ସହଯୋଗରେ ମଞ୍ଜି ମିଶି୍ରତ ମାଟିଗୁଳା ଗୁଡିକୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଫୋପାଡି ଥିଲେ । ଏହି ମାଟି ଗୁଳା ଫୋପାଡିବା ପାଇଁ ଗଠିତ ଭିନ୍ନ ଭିନ୍ନ ଦଳକୁ ଏଫ୍ଇଏସ୍ ସୂର୍ଯ୍ୟସିଂହ ସୋରେନ,ସାସ୍ୱସ୍ତିକ ତି୍ରପାଠୀ,ସୁମିତି ବଷା,ବିଜୟଲକ୍ଷ୍ମୀ ମହାନ୍ତି,ବର୍ଷାରାଣୀ ବାରିକ,କମଳ,ଭବାନୀ ଦାସ,ଧରଣୀଧର ବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଦିନେଶ ମହାରଣା,ଲେଫ୍ଟନାଣ୍ଟ ସଲାମ କିସ୍କୁ,ଏନ୍ସିସି ଓ ଅଧ୍ୟାପକ ଶୁକଦେବ ତିରିଆ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୁଳପତି ପ୍ରତାପ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉଦ୍ୟାପନୀ ଦିବସରେ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସଂପାଦକ ଭକ୍ତବସôଳ ମହାନ୍ତି ସଭା ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି,ମୁଖ୍ୟ ଅତିଥି ଭାବେ ଦରବାର ସାହିତ୍ୟ ସଂସଦର ସଂପାଦକ କେଦାରେଶ୍ୱର ଚୌଧୁରୀ,ଅବସରପ୍ରାପ୍ତ ପ୍ରାଧ୍ୟାପକ ବିମ୍ବାଧର ବେହେରା,ପ୍ରଫେସର ବନବିହାରୀ ମହାପାତ୍ର,ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପିକା ଡକ୍ଟର ଅନୁପମା ଦାସ,ଏନ୍ଏସ୍ଏସ୍ ବୁ୍ୟରୋ ଡକ୍ଟର ସରୀତା ଅନୁପମ,କୁଳସଚୀବ ଡକ୍ଟର ଶଶୀକାନ୍ତ ଦାସ,ପିଜି କାଉନସିଲ ଚେୟାରମ୍ୟାନ୍ ପ୍ରଫେସର ପ୍ରଭୁପାଦ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି,ଜୈବ ବିବିଧତାର ସୁରକ୍ଷା,ବାୟୁ ମଣ୍ଡଳର ନିୟନ୍ତ୍ରଣ ଉପରେ ବକ୍ତବ୍ୟ ରଖିଥିଲେ । ଏଫ୍ଇଏସ୍ ସାସ୍ୱସ୍ତିକ ତ୍ରିପାଠୀ ଓ ଅଧ୍ୟାପକ ଦୀନେଶ ମହାରଣା ସଂଯୋଜନା କରିଥିଲେ ।