ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ନେଇ ସଚେତନତା କାର୍ଯ୍ୟକ୍ରମ:

ଛତ୍ରପୁର,(ଓ୍ବାଇଏନଏସ) : ପରିବେଶ ସୁରକ୍ଷାରେ ସହାୟକ ଲାଗି ଅକ୍ଷୟ ଶକ୍ତିର ବ୍ୟବହାର କରି ବିଦ୍ୟୁତ ବିଲ କମାଇବା ପାଇଁ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନଏସିର ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ୟୁଥ  ମାସ ସେବା ସଂଘ ର    ସମ୍ପାଦକ ସୟଦ ମୁକ୍ତାର, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରାଜେନ୍ଦ୍ର କୁମାର ଦାଶ, ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥି, ଠିକାଦାର ବଇଁଶୀ ସାହୁ ପ୍ରମୁଖ ଯୋଗ ଦେଇ ପରିବେଶ ବଞ୍ଚାଇବାରେ ଏହି ଯୋଜନାରେ ପ୍ରମୁଖ ଭୂମିକା ରହିଥିବା କହିଥିଲେ l ବିଜୁଳି ଦେୟ ବଞ୍ଚାଇବା ପାଇଁ ଏହି ଯୋଜନାକୁ ବ୍ୟବହାର କରି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସବସିଡ଼ି ବିଷୟରେ ସ୍ୱୀକୃତି ପ୍ରାପ୍ତ ଭେଣ୍ଡର ଜୟପ୍ରଭା ଇଲେକ୍ଟ୍ରିକାଲ ଏଣ୍ଡ ଇଂଜି ନିୟରର ସଂସ୍ଥା ର ଅବିନାଶ ପରିଡା ଉପସ୍ଥିତ ଥିବା ଉପଭୋକ୍ତା ମାନଙ୍କୁ ବୁଝାଇଥିଲେ l କାର୍ଯ୍ୟକ୍ରମକୁ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥି ସଂଯୋଜନା କରିଥିବା ବେଳେ ସୟଦ ମୁକ୍ତାର ଧନ୍ୟବାଦ ଅର୍ପଣ କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ