ଉତ୍କଳ ସାହିତ୍ୟ ସମାଜ ତରଫରୁ ସୁବାସ ପାତ୍ରଙ୍କୁ ନୀରଦପ୍ରଭା ହାସ୍ୟ ବ୍ୟଙ୍ଗ ସମ୍ମାନ

ହାଟଡିହି (ଓ୍ବାଇଏନଏସ): ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ତରଫରୁ ସମ୍ମାନଜନକ ନୀରଦପ୍ରଭ୍ରା ହାସ୍ଯବ୍ୟଙ୍ଗ ସମ୍ମାନ  ଓଡ଼ିଶାର ମାରାତ୍ମକ ବ୍ୟଙ୍ଗକବି, କଥାକାର ଓ କଳାକାର ବାଇଡଙ୍କ ବାବା ଓରଫ୍ ସୁବାସ ପାତ୍ରଙ୍କୁ ପ୍ରଦାନ କରଯାଇଛି। । ଆକାଶବାଣୀ, ଦୁରଦର୍ଶନ, ମଞ୍ଚ ଓ ସୋସିଆଲ ମେଡ଼ିଆରେ ବ୍ୟଙ୍ଗକବି ଓ ଷ୍ଟାଣ୍ଡ ଅପ୍ କମେଡିଆନ୍ ବାବାଙ୍କ ନିଆଁରା ହାସ୍ୟ ବ୍ୟଙ୍ଗ ପରିବେଷଣ ଶୈଳୀ ଦର୍ଶକଙ୍କୁ ବେଶ୍ ତୋଳି ପାରିଛି। ନକ୍ଷତ୍ର ନ୍ଯୁଜ ର ପ୍ରାୟୋଜିତ ‘ହାସ୍ୟ କବି ସମ୍ମିଳନୀ’, ଜୀ-କଳିଙ୍ଗ ର ‘ଫୁଲ୍ ପଲିଟିକ୍ସ’, ‘,ଏମ୍.ବି.ସି ନ୍ୟୁଜ୍ ର ‘ଉଦ୍ଧବ କେତେ ତୁ ପଚାରୁ’ ଏଵଂ ଦୂର-ଦର୍ଶନ ଭୁବନେଶ୍ବରର ବିଭିନ୍ନ ହାସ୍ୟ ବ୍ୟଙ୍ଗ କାର୍ଯ୍ୟକ୍ରମରେ ବାବାଙ୍କ କାର୍ନାମା ବେଶ୍ ଜନପ୍ରିୟ । ଅଦ୍ୟାବଧୂ ତାଙ୍କର ୮ଟି ହାସ୍ୟ ବ୍ୟଙ୍ଗ ପୁସ୍ତକ ପ୍ରକାଶ ପାଇଥିବା ବେଳେ ତାଙ୍କ ଫୁଲ୍ ବୋବାଲ୍ ବ୍ୟଙ୍ଗ କଣ୍ଡୁରେ ଅତିଷ୍ଠ ହୋଇ ଓଡ଼ିଶାର ପ୍ରାୟ ପଚାଶରୁ ଉର୍ଦ୍ଧ ପ୍ରତିଷ୍ଠିତ ଅନୁଷ୍ଠାନ ସହ ଆକାଶବାଣୀ କଟକ, ଆକାଶବାଣୀ କେନ୍ଦୁଝର, ଆକାଶବାଣୀ ବାରିପଦା ଓ ଦୂରଦର୍ଶନ, ଭୁବନେଶ୍ବର ପକ୍ଷରୁ ତାଙ୍କୁ ପୂର୍ବରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ବାବାଙ୍କ ଫେସବୁକ୍ ର ‘ବ୍ୟଙ୍ଗ-ବଟିକା’,ଓ ୟୁ-ଟ୍ୟୁବ୍ ର ‘ଏକଦମ୍ ଚୁପ୍’ ବ୍ୟଙ୍ଗ ଗରାଖଙ୍କ ପ୍ରୀତି ଲାଭକରିଛି। ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।  ସେ  ହାଟଡିହି ବ୍ଲକ ନୂଆ ରମ୍ପାସ ଗ୍ରାମର ହୋଇଥିବା ବେଳେ  ସେ ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ଛେନାପଦି  ଛକରେ କାର୍ଯ୍ୟରତ ଅଛନ୍ତି।  ସେ ବଉଳା ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ଘରର କର୍ମକର୍ତ୍ତା ସହିତ  ଜଣେ ସାମାଜିକ କର୍ମୀ ଭାବେ ମଧ୍ଯ ପ୍ରତିଷ୍ଠିତ। ତାଙ୍କୁ ନୀରଦପ୍ରଭ୍ରା ହାସ୍ଯବ୍ୟଙ୍ଗ ସମ୍ମାନ ମିଳିବା ପରେ ଅନେକ ସାହିତ୍ୟିକ, କବି ଓ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ