ଗ୍ରନ୍ଥାଗାର ପରିଚାରକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୁଗୁଡା,(ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ଗ୍ରନ୍ଥାଗାର ପରିଚାରକ ରଙ୍କନାଥ ଭୂୟାଁ ଜୁଲାଇ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିବା ବେଳେ କଲେଜ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ସହ ଉପହାର ପ୍ରଦାନ କରାଯାଇଥିଲା। ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ସୁଶାନ୍ତ କୁମାର ସାହୁ, ଆତ୍ମ ପ୍ରକାଶ ନାୟକ, ଡକ୍ଟର ହିମାଂଶୁ ଶେଖର ରଥ, ଡକ୍ଟର ଜୟରାମ ବିଷୋୟୀ, ଅକ୍ଷୟ କୁମାର ସାହୁ, ଡକ୍ଟର ପ୍ରଦୀପ କୁମାର ଦାଶ, ରଶ୍ମିତା ମିଶ୍ର, ଚିନ୍ମୟ ପଣ୍ଡା, ପବିତ୍ର ଖଣ୍ଡୁଆଳ ଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଅବସର ଗ୍ରହଣ କରିଥିବା କର୍ମଚାରୀ ରଙ୍କନିଧି ଭୂୟାଁଙ୍କୁ ପ୍ରିନ୍ସପାଲ ଶ୍ରୀ ମିଶ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ତାଙ୍କର ଅବସର ସମୟ ଶାନ୍ତିରେ କଟିବା ପାଇଁ କାମନା କରିଥିଲେ। ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଶ୍ରୀ ଭୂୟାଁଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସହ ଅବସର ଜୀବନ ଖୁସିରେ କାଟିବାକୁ କାମନା କରି ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ