ପାର୍ଟ ପ୍ଲଟ କିଣାବିକା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ସହରରେ ସହରାଞ୍ଚଳ ପାର୍ଟ ପ୍ଲଟ କିଣାବିକା ବନ୍ଦ ରହିଥିବାରୁ ତାହାକୁ କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ପୋଲସରା ଉପନିବନ୍ଧକ ତଥା ତହସିଲଦାରଙ୍କୁ ଦାବିପତ୍ର ପଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ପ୍ରକାରେ ସହରାଞ୍ଚଳରେ ୫ଶହ ବର୍ଗ ମିଟର ପର୍ଯ୍ୟନ୍ତ ପ୍ଲଟ କିଣାବିକା ହୋଇପାରିବ। ଏହିପରି କିଣାବିକାକୁ ନେଇ ଆଇନଗତ ନିୟମ ଥିବା ବେଳେ ଅନ୍ୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକାକିଣା ହେଉଥିବା ବେଳେ ପୋଲସରା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ। ପୋଲସରା ଉପନିବନ୍ଧକ ତଥା ତହସିଲଦାର ବିକାକିଣା ନିମନ୍ତେ ଅନୁମତି ପ୍ରଦାନ କରୁନଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅତି ଜରୁରୀ ଆବଶ୍ୟକ ସମୟରେ ସ୍ବଳ୍ପ ପରିମାଣ ଜମି କିଣାବିକାର ବନ୍ଦ ହେତୁ ଜନସାଧାରଣଙ୍କୁ ଚିକିତ୍ସା, କନ୍ୟା ବିବାହ , ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଡ଼ ନକରିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ଅଫିସର ଦୁଇଟି ବିଭାଗର ଦାୟିତ୍ୱରେ ରହିବା ଯୋଗୁଁ ଉଭୟ ତହସିଲ ଅଫିସ ଓ ସବାରେଜିଷ୍ଟ୍ରି ଅଫିସରେ କାର୍ଯ୍ୟ ସୁଚାରୁଭାବେ ହେଉନଥିବା ଅଭିଯୋଗ ହେଉଛି। ସେଥିପାଇଁ ଜନସାଧାରଣ ପୋଲସରା ତହସିଲଦାର ତଥା ଉପନିବନ୍ଧକ ଦିପ୍ତିମୟୀ ପାତ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଜନସାଧାରଣ ଓ ବ୍ୟବସାୟୀମାନେ ପାର୍ଟ ପ୍ଲଟ କିଣାବିକା କରିବାରେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ