ସର୍ଟ ସର୍କିଟରୁ ରାସ୍ତାରେ ଜଳିଲା ଵିଦ୍ୟୁତ ସ୍କୁଟି ବୋଝେଇ ଟ୍ରକ: ୩୨ ସ୍କୁଟି ପୋଡି ନଷ୍ଟ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ଜାତୀୟ ରାଜପଥ ନିକଟରେ ଆଜି ସର୍ଟ ସର୍କିଟରୁ ନିଆଁ ଲାଗି ଟ୍ରକ ରେ ବୋଝେଇ ଥିବ ୩୨ ଟି ଵିଦ୍ୟୁତ ସ୍କୁଟି  ସମ୍ପୂର୍ଣ୍ଣ ଜଳି ନଷ୍ଟ ଯାଇଛି। ଦିଲ୍ଲୀ ରୁ ଆନ୍ଧ୍ର ପ୍ରଦେଶ ର ସମପେଣ୍ଠାକୁ ନେଇ ଏକ ଟ୍ରକ ୟୁପି ୮୧  ଇଟି ୦୪୮୬ ଯୋଗେ ୩୨ ଟି ଇଲେକ୍ଟ୍ରି ସ୍କୁଟି ଧରି ଆସୁଥିବା ବେଳେ ଗାଡି ଚାଳକ ଅଖେଲେସ କୁମାର ତିୱାରୀ ଛତ୍ରପୁର ଜାତୀୟ ରାଜପଥ ଡାକ ଢ଼ାବା ନିକଟରେ ରହିଥିଲେ | ସେଠାରେ ଥିବା ଏକ ଗ୍ୟାରେଜ କୁ ୱେଲଡିଂ କରିବାକୁ କହିଥିଲେ କିନ୍ତୁ ଗ୍ୟାରେଜ ର ପିଲା ମନାକରିଥିଲେ ପରେ ଗାଡି ଚାଳକ ସେଠାରେ ଥିବା ଦୋକାନ ରେ ଜଳଖିଆ ଖାଇ କେବିନ ରେ ଶୋଇ ପଡ଼ିଥିଲେ | କିନ୍ତୁ ସେଠାରେ ଉପସ୍ଥିତ ଥିବା ୱେଲଡିଂ ଦୋକାନୀ ସିଲୁ ମହାରଣା ଗାଡି ରୁ ଧୂଆଁ ବାହାରୁଥିବାର ଦେଖି ଗାଡି ଚାଳକ କୁ ଡାକି ଥିଲେ | ଗାଡି ଚାଳକ ତୁରନ୍ତ ଢ଼ାବା ନିକଟରେ ଥିବା ଗାଡି ସର୍ଭିସ କେନ୍ଦ୍ର କୁ ନେଇ ଗାଡି ରେ ପାଣି ପକାଇ ଥିଲେ ବି ନିଆଁ ଜୋର ରେ ବ୍ୟାପି ଯାଇଥିଲା ତୁରନ୍ତ ଛତ୍ରପୁର ଦମକଳ କେନ୍ଦ୍ର କୁ ଅବଗତ କରାଯିବା ପରେ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭେଇ ବାକୁ ଚେଷ୍ଟା କରିଥିଲେ ବି ନିଆଁ ଆୟତ ହୋଇପାରି ନଥିଲା ପୁଣି ଆଉ ଗୋଟେ ଦମକଳ ଗାଡି ପହଂଚି ସ୍ଥାନୀୟ ଲୋକ ଓ ଦମକଳ କର୍ମଚାରୀ ଦିର୍ଘ ଏକ ଘଣ୍ଟା ଆକ୍ରାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ କରିଥିଲେ | ନିଆଁ ଲିଭା ବେଳକୁ ଗାଡି ରେ ବୋଝେଇ ଥିବା ସମସ୍ତ ଵିଦ୍ୟୁତ ସ୍କୁଟି ପୋଡି ନଷ୍ଟ ହୋଇଯାଇଛି | ଘଟଣା ର ଖବର ପାଇଁ ଏନଏଚଆଇ ପେଟ୍ରୋଲିଙ୍ଗ ଟିମ ଓ ଛତ୍ରପୁର ପୁଲିସ ପହଂଚିଥିଲେ | ଘଟଣା ର ତଦନ୍ତ ଜାରି ରଖିଛି ପୁଲିସ | ଆନୁମାନିକ ୩୨ ଲକ୍ଷ ଟଙ୍କା ର ଵିଦ୍ୟୁତ ଚଳିତ ସ୍କୁଟି  ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ