ବିଦ୍ୟାଳୟରେ ସଂସ୍କୃତ ପକ୍ଷ ପାଳନ
ଆରଡ଼ି ( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ସ୍ଥିତ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳ ବାର ସଂସ୍କୃତ ପକ୍ଷ ପାଳନ କରା ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁ କମିଟିର ସଭାପତି ଦୀପ୍ତି ରଞ୍ଜନ ନାୟକ ଅତିଥିଭାବେ ଯୋଗ ଦେଇ ବିଜ୍ଞାନ ପକ୍ଷ ପାଳନର ବୈଶିଷ୍ଟ୍ଯ ସମ୍ପର୍କରେ ଆଲୋକ ପାତ କରିଥିଲେ । ସଂସ୍କୃତ ଶିକ୍ଷୟିତ୍ରୀ ମିନତି ଲତା ପାକଳ ଆର୍ଯ୍ୟଭାଷା ସଂସ୍କୃତ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ବରିଷ୍ଠ ଶିକ୍ଷକ ରଞ୍ଜିବ କୁମାର ରାଉତ, ଦୀପ୍ତି ରଞ୍ଜନ ଖିଲାର, ଶିକ୍ଷୟିତ୍ରୀ ଲିପିକା ମହାନ୍ତି, ମଧୁସ୍ମିତା ପତି ପ୍ରମୁଖ ସଂସ୍କୃତ ଭାଷା ଛାତ୍ରଛାତ୍ରୀଙ୍କ ପାଇଁ କିପରି ଉପାଦେୟ ତାହା ବର୍ଣ୍ଣନା କରିଥିଲେ । ଛାତ୍ରୀ ଗାୟତ୍ରୀ ବାରିକ ସଂସ୍କୃତରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟ ଛାତ୍ରଛାତ୍ରୀ ସଂସ୍କୃତ ଶୋଳ୍କ ସହ ସଂସ୍କୃତ ଗୀତିକା ଆବୃତି କରିଥିଲେ ।