ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ,ଶିକ୍ଷକ ,ଶିକ୍ଷୟତ୍ରୀ ହାତରେ ତ୍ରିରଙ୍ଗା ଧରି ସ୍ଳୋଗାନ ମାନ ଦେଇ ନିଜ ନିଜ ଅଂଚଳରେ ଶୋଭାଯାତ୍ରା କରିଥିଲେ। ଏହି ଅବସରରେ ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ହାତରେ ପତାକା ଧରି ଗଙ୍ଗଦାହାଟ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ୱାଇଁ, ପ୍ରଧାନ ଶିକ୍ଷୟତ୍ରୀ ରେବତୀ ସ୍ୱାଇଁ, ଶିକ୍ଷୟିତ୍ରୀ ସବିତା ଦାସ, ନିଳିମା ବିଶ୍ୱାଳ ଆଦି ପରିଚାଳନା କରିଥିଲେ। ସେହିପରି ନାଉଗାଁ ବ୍ଲକରେ ବିଜେପି ପକ୍ଷରୁ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ଉପେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ବ୍ଳକଛକ ଠାରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଶିଖର ପଂଚାୟତର ପାରିଶିଖର ଗ୍ରାମରେ ପହଁଚିଥିଲା। ସେଠାରେ ସହିଦ ପ୍ରସନ୍ନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ।