ମଧ୍ୟାହ୍ନ ଭୋଜନ ରୋଷେଇ ପାଈଁ ଛାତ୍ର, ଛାତ୍ରୀ ବୋହିଲେ ଜାଳେଣି କାଠ :ତଦନ୍ତ କଲେ ମଣ୍ଡଳ ଶିକ୍ଷାଅଧିକାରୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-କାଠ ପରିବର୍ତ୍ତେ ବିଦ୍ୟାଳୟ ଗୁଡିକରେ ଗ୍ୟାସରେ ହେବ ମଧ୍ୟାହ୍ନ ଭୋଜନ ରୋଷେଇ। ପରିବେଶର ସ୍ୱଛତା ତଥା ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରିବା ପାଈଁ ସରକାର ବିଦ୍ୟାଳୟ ଗୁଡିକୁ ଗ୍ୟାସ ଯୋଗାଇ ଦେବାକୁ ନିର୍ଦ୍ଧେଶ ରହିଛି। ହେଲେ ଏ ସବୁ ଯୋଜନା କାଗଜ ପତ୍ରରେ ଚାଲିଥିବା  ବେଳେ ଏହାର ବାସ୍ତବ ଘଟଣା ଛାତ୍ର, ଛାତ୍ରୀ ଜାଳେଣି କାଠ ବୋହୁଥିବା ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ପରେ ଘଟଣା ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସିଲା। ଅଧିକାରୀ ମାନେ ଚିଠି କରି ଏ ଦିଗରେ ହାତ ବାନ୍ଧି ବସିଥିବା ବେଳେ ଶିକ୍ଷକ ମାନେ ଏହାକୁ ଖାତିରି କରୁ ନାହାନ୍ତି। ଗ୍ୟାସ ଦର ବୃଦ୍ଧି ଆଳ ଦେଖାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଗ୍ୟାସ ଉଠାଉ ନଥିବା ବେଳେ ପାଚିକା ମାନେ କାଠ ମାଧ୍ୟ୍ୟମରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଦେଖିବାକୁ ମିଳୁଛି। ସରକାର ମଧ୍ୟାହ୍ନ ଭୋଜନ ପାଈଁ ପୂର୍ବରୁ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପ୍ରତି ୫ଟଙ୍କା ୯୦ପଇସା ଦେଉଥିବା ବେଳେ ଏବେ ଏହାର ଦରବୃଦ୍ଧି କରିବା ସହ ମାଣ୍ଡିଆ ଲଡ଼ୁ କୁ ସାମିଲ କରି ୧୦ଟଙ୍କା ୧୫ପଇସା ଦେଉଛନ୍ତି। ସେହିଭଳି ୬ଷ୍ଠ ଠାରୁ ୮ମ ଶ୍ରେଣୀ ପାଈଁ ୮ଟଙ୍କା ୮୨ପଇସା ରହିଥିବା ବେଳେ ଏବେ ୧୪ଟଙ୍କା ୭୪ପଇସା ଓ ୯ମ, ୧୦ମ ପାଈଁ ୧୪ଟଙ୍କା ୯୪ପଇସା ଦେଉଛନ୍ତି। ଏଥି ସହିତ ଜାଳେଣି ପାଈଁ ପ୍ରତି ପିଲା ପିଛା ପୂର୍ବରୁ ୫୦ପଇସା ରହିଥିବା ବେଳେ ଏବେ ୧ଟଙ୍କା ଦେଉଛନ୍ତି। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ସୁନ୍ଦର ସ୍ଥିତ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ରେ ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଶ୍ରେଣୀ କକ୍ଷ ଛାଡି ମଧ୍ୟାହ୍ନ ଭୋଜନ ରୋଷେଇ ପାଈଁ କାଠ ବୋହୁଥିବା ତାହା ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିବା ସମୟରେ କୋମଳମତି ପିଲାମାନଙ୍କ ହାତରେ ଏ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି ବୋଲି ଯାହା ସାମାଜିକ ଗଣମାଧ୍ୟ୍ୟମ ରେ ଫୋଟ ଦେଖିବାକୁ ମିଳୁଛି।ଏହାର ଫଟୋ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ ଙ୍କ ହସ୍ତଗତ ହେବା ପରେ ସୋମବାର ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀକାନ୍ତ ସ୍ୱାଇଁ ଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ଘଟଣା ସମ୍ପର୍କରେ ବୁଝିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଏ ନେଇ ମଣ୍ଡଳ ଶିକ୍ଷାଅଧିକାରୀ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀ,ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ସେହିପରି ପ୍ରତି ବିଦ୍ୟାଳୟ କୁ ନିର୍ଦ୍ଧେଶ ଦିଆଯାଇଛି ମଧ୍ୟାହ୍ନ ଭୋଜନ ରୋଷେଇ ଗ୍ୟାସରେ କରିବା ପାଈଁ। କାଠ ଜାଳିବା ବେନିୟମ କାର୍ଯ୍ୟ। ସେହିପରି ପିଲା ମାନଙ୍କୁ ଶ୍ରେଣୀ କକ୍ଷରୁ ବାହାର କରି କାଠ ବୁହାଇବା କାର୍ଯ୍ୟରେ ନିୟୋଜିତ କରିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।ତେବେ ଆଗକୁ ଶିକ୍ଷା ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଅପେକ୍ଷା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ